ଓଡିଶା

odisha

ETV Bharat / state

ଆଗ ସମସ୍ୟାର ସମାଧାନ ପରେ ଭୋଟ: ଡକଡିହାଗ୍ରାମବାସୀ

ମୟୂରଭଞ୍ଜର ରାଇରଙ୍ଗପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡକଡିହା ଗ୍ରାମର ଭୋଟରମାନେ ଭୋଟ ବର୍ଜନ କରିଛନ୍ତି । ବହଳଦା ବ୍ଲକ ଅଧୀନରେ ରହିଥିବା ଏହି ଗ୍ରାମରେ ପୂର୍ବ ଜନପ୍ରତିନିଧି ଗ୍ରାମର ସମସ୍ୟା ସମାଧାନ କରିବାରେ ଅକ୍ଷମ ହୋଇଥିବାରୁ ଚଳିତ ନିର୍ବାଚନ ବର୍ଜନ କରିବାକୁ ଗ୍ରାମବାସୀମାନେ ନିଷ୍ପତ୍ତି ନେଇଛନ୍ତି ।

By

Published : Apr 29, 2019, 8:39 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ରାଇରଙ୍ଗପୁର

ରାଇରଙ୍ଗପୁର: ମୌଳିକ ସୁବିଧା ଦାବି କରି ମତଦାତାଙ୍କ ଭୋଟ ବର୍ଜନ । ଘଟଣା ଘଠିଛି ମୟୂରଭଞ୍ଜର ରାଇରଙ୍ଗପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡକଡିହା ଗ୍ରାମରେ । ବହଳଦା ବ୍ଲକ ଅଧୀନରେ ରହିଥିବା ଏହି ଗ୍ରାମରେ ପୂର୍ବ ଜନପ୍ରତିନିଧି ଗ୍ରାମର ସମସ୍ୟା ସମାଧାନ କରିବାରେ ଅକ୍ଷମ ହୋଇଥିବାରୁ ଚଳିତ ନିର୍ବାଚନ ବର୍ଜନ କରିବାକୁ ଗ୍ରାମବାସୀମାନେ ନିଷ୍ପତ୍ତି ନେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ରାଇରଙ୍ଗପୁର

ଡକଡିହା ଗ୍ରାମର 373 ଜଣ ଭୋଟର ରହିଛନ୍ତି । ଗ୍ରାମବାସୀଙ୍କ ପ୍ରମୁଖ ସମସ୍ୟା ହେଉଛି ରାସ୍ତା । ଗ୍ରାମକୁ ରାସ୍ତା ନଥିବାରୁ ବର୍ଷାଦିନେ ଯାତାୟତ କରିବା ବେଶ୍ କଷ୍ଟକର ହୋଇଥାଏ । ଏପରିକି ଗ୍ରାମକୁ ଆମ୍ବୁଲାନ୍ସଟିଏ ମଧ୍ୟ ଆସିପାରେ ନାହିଁ । ଗାଁ ପାଖରେ ରହିଥିବା ନଦୀରେ ପୋଲ ନ ଥିବାରୁ ବର୍ଷାଦିନେ ହଇରାଣ ହେବାକୁ ପଡିଥାଏ । ଗାଁର ଉଭୟ ପାର୍ଶ୍ସରେ ଥିବା ରେଳ ଲାଇନ୍ ମଧ୍ୟ ଅନ୍ୟ ଏକ ବିଶେଷ ସମସ୍ୟା । ଗ୍ରାମର ପିଲାମାନଙ୍କୁ ରେଳଲାଇନ ପାର ହୋଇ ସ୍କୁଲକୁ ଯିବାକୁ ପଡୁଛି । ଏଠାରେ ଓଭର ବ୍ରିଜ ନିର୍ମାଣ ମଧ୍ୟ ଗ୍ରାମବାସୀମାନେ ଦାବି କରି ଆସୁଛନ୍ତି । ତେଣୁ ଗ୍ରାମବାସୀମାନେ ଭୋଟ ବର୍ଜନ କରିଛନ୍ତି ।

ବହଳଦା ବ୍ଲକର ବିଡିଓ ଓ ତହସିଲଦାର ଭୋଟରମାନଙ୍କୁ ବୁଝାଇବାକୁ ଆସି ବିଫଳ ହୋଇଛନ୍ତି । ନିର୍ବାଚନ ପରେ ସମସ୍ୟାର ସମାଧାନ କରିବା ପାଇଁ ବିଡ଼ିଓ ଓ ତହସିଲଦାର ପ୍ରତିଶ୍ରୁତି ଦେବାପରେ ମଧ୍ୟ ଭୋଟରମାନେ ନିଜ ଜିଦରେ ଅଟଳ ରହିଥିବା ଦେଖାଯାଇଛି । ପ୍ରଥମେ ସମସ୍ୟାର ସମାଧାନ ପରେ ଭୋଟ ବୋଲି କିଛି ଗ୍ରାମବାସୀ ମତ ଦେଇଛନ୍ତି । ତଥାପି ସେମାନେ ଭୋଟ ଦେବେ ବୋଲି ବିଡ଼ିଓ ଆଶା ପ୍ରକଟ କରିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details