ଓଡିଶା

odisha

ETV Bharat / state

୨୦ରେ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତ, ମହାମହିମଙ୍କ ଅପେକ୍ଷାରେ ରାଇରଙ୍ଗପୁରବାସୀ - ରାଇରଙ୍ଗପୁର ଗସ୍ତରେ ଆସିବେ ରାଷ୍ଟ୍ରପତି

ଆସନ୍ତା 20 ଓ 21 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁର ଗସ୍ତରେ ଆସୁଛନ୍ତି । ଏ ନେଇ ଉତ୍ସାହିତ ରାଇରଙ୍ଗପୁରବାସୀ । ଅଧିକ ପଢନ୍ତୁ

ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତ
preparation for presidents Rairangpur visit

By ETV Bharat Odisha Team

Published : Nov 12, 2023, 11:41 AM IST

preparation for presidents Rairangpur visit

ରାଇରଙ୍ଗପୁର: ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଥିବା ମାଟି ଝିଅ ଯେବେ ଜନ୍ମମାଟିକୁ ଆସନ୍ତି ତାହା ଗର୍ବର ବିଷୟ ହେବନାହିଁ ବା କିପରି । ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃତ କରିବା ପରେ ଦ୍ବିତୀୟ ଥର ପାଇଁ ଦୁଇ ଦିନିଆ ନିଜ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ମୁର୍ମୁ ଆସନ୍ତା ୨୦ ଓ ୨୧ ତାରିଖରେ ରାଇରଙ୍ଗପୁର ଗସ୍ତରେ ଆସିବେ । ଏ ନେଇ ରାଇରଙ୍ଗପୁରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସେପଟେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଷ୍ଟ୍ରପତିଙ୍କ ଅପେକ୍ଷାରେ ରହିଛନ୍ତି ରାଇରଙ୍ଗପୁରବାସୀ ।

ରାଷ୍ଟ୍ରପତି ୨୦ତାରିଖ ଦିନ ୧୦.୪୫ ସମୟରେ ରାଷ୍ଟ୍ରପତି ଭବନରୁ ବାହାରି ସ୍ବତନ୍ତ୍ର ବିମାନ ଯୋଗେ ପାଲମ ଏୟାରପୋର୍ଟରୁ ବାହାରି ପଶ୍ଚିମବଙ୍ଗର କଲେଇକୁଣ୍ଡା ଏୟାର ଫୋର୍ସ ବେସରେ ପହଞ୍ଚିବେ । ସେଠାରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଜିଲ୍ଲାର ସଦରମହକୁମା ବାରିପଦା ସହର ପହଞ୍ଚିବେ। ବାରିପଦା ସହରରେ ମହାମହିମଙ୍କ ଭବ୍ୟ ସ୍ଵାଗତ ପରେ ଶହୀଦ ସ୍ମୃତି ଭବନ ଠାରେ ଆୟୋଜିତ ୩୬ତମ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ସମ୍ମିଳନୀ ଓ ସାହିତ୍ୟ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।

ଏହା ବି ପଢନ୍ତୁ...ସାଙ୍ଗଙ୍କୁ ଭେଟିବା ପାଇଁ ଅର୍ଥ ସାଜିଛି ବାଧକ, ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ବାଟ ଚାହିଁ ବସିଛନ୍ତି ଗୌରୀ

ସେଠାରୁ ରାଷ୍ଟ୍ରପତି ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ରାଇରଙ୍ଗପୁର ଦାଣ୍ଡବୋଷ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ । ସେଠାରୁ ମହୁଲଡିହା ପୂର୍ତ୍ତ ବିଭାଗର ଡାକ ବଙ୍ଗଳା ଆସିବେ। ସେଠାରେ କିଛି ବିଶେଷ ବ୍ୟକ୍ତି ରାଷ୍ଟ୍ରପତି ଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ସୋମବାର ରାତିରେ ନିଜ ରାଇରଙ୍ଗପୁର ସ୍ଥିତ ନିଜ ଘରେ ରାତ୍ରୀଭୋଜନ ଓ ରାତ୍ରୀଯାପନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୁଣି ତା ପର ଦିନ ଅର୍ଥାତ୍ ୨୧ ତାରିଖ ମଙ୍ଗଳବାର ଦିନ ସକାଳ ୮.୦୫ ସମୟରେ ବାଦାମପାହାଡ ବ୍ଲକ ଅନ୍ତର୍ଗତ ପାହାଡପୁର ଗାଁରେ ପହଞ୍ଚିବେ। ପାହାଡପୁର ପହଞ୍ଚି ସେଠାରେ ଏଲଆଣ୍ଡଟିକମ୍ପାନୀ ଦ୍ଵାରା ସ୍ଥାପିତ ଦକ୍ଷତା ବିକାଶ କେନ୍ଦ୍ରର ଉଦଘାଟନ କରିବେ ।

ଏହା ବି ପଢନ୍ତୁ...President's Paradeep visit: ୨୭ରେ ରାଷ୍ଟ୍ରପତିଙ୍କ ପାରାଦ୍ୱୀପ ଗସ୍ତ, ବୋଇତ ବନ୍ଦାଣ ଉତ୍ସବରେ ହେବେ ସାମିଲ

ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ: ଆସନ୍ତା ୨୦ ଓ ୨୧ ତାରିଖରେ ରାଇରଙ୍ଗପୁର ଗସ୍ତରେ ଆସିବେ ରାଷ୍ଟ୍ରପତି । ଏହି ଗସ୍ତ କାଳରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ କିଛି ପ୍ରକଳ୍ପ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗସ୍ତ ସମୟରେ ତାଙ୍କର ରହିଣୀ, ଖାଦ୍ୟପେୟ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ନିଜ ଜିଲ୍ଲାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗସ୍ତର ଖବର ପାଇ ପୁଣିଥରେ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ମହାମହିମ ମୟୂରଭଞ୍ଜ ଗସ୍ତ କରି ବାଦାମପାହାଡରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ବାଦାମପାହାଡରୁ ଶାଲିମାର, ବାଦାମପାହାଡରୁ ରାଉରକେଲା ସାପ୍ତାହିକ ଏକ୍ସପ୍ରେସ ଟ୍ରେନ ଓ ବାଦାମପାହାଡରୁ ଟାଟା ନଗର ଦୈନିକ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ । ସେହିପରି ତାଙ୍କ ଗାଁ ପାହାଡପୁର ସ୍ଥିତ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟ ନିକଟରେ ଥିବା ଏଲଏଣ୍ଡଟି କମ୍ପାନୀ ଦ୍ଵାରା ସ୍ଥାପିତ ଦକ୍ଷତା ବିକାଶ କେନ୍ଦ୍ରର ଲୋକାର୍ପଣ କରିବେ । ପରେ ବାଦାମପାହାଡ ଠାରେ କାର୍ଯ୍ୟକ୍ରମ ସାରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବଲପୁର ଗସ୍ତ କରିବେ ।

ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଗତ ମେ' ମାସରେ ୪, ୫ ଓ ୬ ତାରିଖରେ ଦ୍ରୌପଦୀ ମୁର୍ମୁ ୩ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଦ୍ବିତୀୟ ଥର ପାଇଁ ରାଇରଙ୍ଗପୁର ଗସ୍ତରେ ଆସୁଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details