ଓଡିଶା

odisha

ETV Bharat / state

ଶିମିଳିପାଳରୁ ଶିକାରୀ ଗିରଫ, ପିଆଶାଳ କାଠ ଜବତ

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ କୋର ଏରିଆରୁ ଜଣେ ଶିକାରୀକୁ ଗିରଫ କରିଛି ବନବିଭାଗ । ଅଧିକ ପଢନ୍ତୁ...

By

Published : Dec 12, 2020, 5:39 PM IST

poachers-arrested-at Shimilipal
ଶିମିଳିପାଳ କୋର ଏରିଆରୁ ଶିକାରୀ ଗିରଫ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ କୋର ଏରିଆରୁ ଜଣେ ଶିକାରୀକୁ ଗିରଫ କରିଛି ବନବିଭାଗ । ସୂଚନା ଅନୁଯାୟୀ ଯଶୀପୁର ବନଖଣ୍ଡ ତାଳବନ୍ଧ ରେଞ୍ଜ ଅନ୍ତର୍ଗତ ରେଙ୍ଗାଳବେଡା ନିକଟ ଜଙ୍ଗଲରେ ଦୁଇଜଣ ଶିକାରୀ ଓ କାଠ ଚୋର ମୂଲ୍ୟବାନ ପିଆଶାଳ ଗଛ କାଟୁଥିବା ଏବଂ ଶିକାର ପାଇଁ ଫାସ ବସାଇଥିବା ସୂଚନା ପାଇ ବନବିଭାଗ ଅଧିକାରୀ ସଦଳବଳେ ଅଚାନକ ଚଢ଼ାଉ କରିଥିଲା ।

ଶିମିଳିପାଳ କୋର ଏରିଆରୁ ଶିକାରୀ ଗିରଫ

ଚଢ଼ାଉ କରି ଜଣେ ଶିକାରୀକୁ କାବୁ କରି ଗିରଫ କରିଥିବା ବେଳେ ଅନ୍ୟଜଣେ ଫେରାର ହୋଇ ଯାଇଥିଲା । ଗିରଫ ଯୁବକ ହେଲେ ରେଙ୍ଗାଳବେଡା ଗ୍ରାମର ଶିଙ୍ଗରାଇ ମୁର୍ମୁ ।

ଘଟଣାସ୍ଥଳରୁ ଅନେକ ମୂଲ୍ୟବାନ ପିଆଶାଳ କାଠ ସହିତ କରତ ଓ ଶିକାର ପାଇଁ ଫାସ ଆଦି ଜବତ କରିଛି ବନବିଭାଗ । ତେବେ ଫେରାର ଆସାମୀକୁ ଧରିବା ପାଇଁ ବନବିଭାଗ କର୍ମଚାରୀ ତନାଘନା ଜାରି ରଖିଥିବା ବେଳେ ଗିରଫ କରାଯାଇଥିବା ଶିଙ୍ଗରାୟ ମୁର୍ମୁଙ୍କୁ ରାଇରଙ୍ଗପୁର କୋର୍ଟ ଚାଲାଣ କରାଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details