ଓଡିଶା

odisha

ETV Bharat / state

ଗୋରୁ ବୋଝେଇ ପିକଅପ ଜବତ

ଚୋରା ଚାଲାଣ ହେଉଥିବା ଏକ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଜବତ କରିଛି ବାଙ୍ଗିରିପୋଷି ପୋଲିସ । ଏନେଇ ଥାନାରେ କେସ ନମ୍ବର ୧୦୨ ରେ ଏକ ମାମଲା ରୁଜୁ କରାଯାଇଛି । ଉଦ୍ଧାର ବଳଦକୁ ବାଲେଶ୍ବର ସ୍ଥିତ ଗୋଶାଳାକୁ ପଠାଇ ଦେଇଛି ପୋଲିସ।

By

Published : Sep 10, 2019, 11:31 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ଚୋରା ଚାଲାଣ ହେଉଥିବା ଏକ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଜବତ କରିଛି ଜିଲ୍ଲାର ବାଙ୍ଗିରିପୋଷି ପୋଲିସ । ତେବେ ପୋଲିସର ପାଟ୍ରୋଲିଂ ଟିମ ଏକ ପିକଅପ ଭ୍ୟାନରେ 11ଟି ବଳଦ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ବେଳେ ୪୯ ନମ୍ବର ଜାତୀୟ ରାଜପଥର କଲିକତା ଛକ ନିକଟରେ ଜବତ କରିଛି।

ଏ ବାବଦରେ ବାଙ୍ଗିରିପୋଷି ଥାନାରେ କେସ ନମ୍ବର ୧୦୨ ରେ ଏକ ମାମଲା ରୁଜୁ କରାଯାଇଛି । ଉଦ୍ଧାର ବଳଦକୁ ବାଲେଶ୍ବର ସ୍ଥିତ ଗୋ-ଶାଳାକୁ ପଠାଇ ଦେଇଛି ପୋଲିସ । ଏକ ଛୋଟ ପିକଅପ ଭ୍ୟାନ ଭିତରେ 11ଟି ବଳଦକୁ ଅତି ଅମାନୁଷିକ ଭାବରେ ବେକ ଏବଂ ଗୋଡ଼କୁ ବାନ୍ଧି ରଖା ଯାଇଥିଲା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମୟୂରଭଞ୍ଜ

ତେବେ ପ୍ରତ୍ୟେକ ଦିନ ଜାତୀୟ ରାଜପଥ ୪୯ ଓ୧୮ ଦେଇ ଛୋଟ ଓ ବଡ଼ ଗାଡ଼ିରେ ଗୋ ଚାଲାଣ ହେଉଥିବା ବେଳେ ଚୋରା ଗାଡି ଗୁଡିକ ପ୍ରାୟ ଦୁଇରୁ ତିନୋଟି ଥାନା ପାର କରି ପଶ୍ଚିମବଙ୍ଗ ଯାଇଥାନ୍ତି । ପୋଲିସର ନାକତଳେ ଏସବୁ ବେଆଇନ କାମ ହେଉଥିବା ବେଳେ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠୁଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details