ଓଡିଶା

odisha

ETV Bharat / state

ମହଙ୍ଗା ପଡିଲା ଛାତ୍ରୀଙ୍କୁ ଅସଦାଚରଣ: ବିଚ୍‌ ରାସ୍ତା ଆଣ୍ଠେଇଲେ ଫାର୍ମାସିଷ୍ଟ

ଛାତ୍ରୀଙ୍କୁ ପାଥୋଲ୍ୟାବର ଫାର୍ମାସିଷ୍ଟଙ୍କ ଅସଦାଚରଣ ଅଭିଯୋଗ । ନିଧୁର୍ମ ମାଡ ସହ ଆଣ୍ଠେଇଲେ ଅଭିଯୁକ୍ତ । ଦୋଷ ସ୍ବୀକାର ପରେ ପୋଲିସକୁ ହସ୍ତାନ୍ତର କରିଛନ୍ତି ଗ୍ରାମବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

By

Published : Oct 14, 2019, 10:29 AM IST

ବାରିପଦା: ଛାତ୍ରୀଙ୍କୁ ପାଥୋଲ୍ୟାବର ଫାର୍ମାସିଷ୍ଟଙ୍କ ଅସଦାଚରଣ ଅଭିଯୋଗ । ବିଚ୍‌ ରାସ୍ତାରେ ଆଣ୍ଠେଇଲେ ଅଭିଯୁକ୍ତ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମାଣତ୍ରୀ ଛକରେ । ଅଭିଯୁକ୍ତ ଜଣକ ମାନଗୋବିନ୍ଦପୁର ପଞ୍ଚାୟତ ଆଡ଼ିଆସାହିର ବିଦ୍ୟାଧର ପ୍ରଧାନ(38) ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସୂଚନାଯୋଗ୍ୟ, ବଡସାହି ଅଞ୍ଚଳର ଯୁକ୍ତ 3ର ଛାତ୍ରୀ ଓ ତାଙ୍କ ଭାଇ ମାଣତ୍ରୀ ଛକରେ ଥିବା ପ୍ରଧାନ ହେଲ୍‌ଥ କେୟାରକୁ ଆସିଥିଲେ । କିନ୍ତୁ ରକ୍ତ ପରୀକ୍ଷାରେ ବିଳମ୍ବ ହେବାରୁ ଉକ୍ତ ଛାତ୍ରୀଙ୍କ ଭାଇ ଗାଡିରେ ତେଲ ପକାଇବାକୁ ପେଟ୍ରୋଲ ପମ୍ପ ଯାଇଥିଲେ । ଯାହାର ସୁଯୋଗ ନେଇ ଫାର୍ମାସିଷ୍ଟ ରକ୍ତ ପରୀକ୍ଷା ସମୟରେ ଛାତ୍ରୀଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି ।

ଭାଇ ଫେରିବା ପରେ ଛାତ୍ରୀ ଜଣକ କାନ୍ଦିକାନ୍ଦି ଘଟଣା ବିଷୟରେ କହିବା ପରେ ଖବର ପ୍ରସାରିତ ହୋଇଥିଲା । ଯାହାକୁ ନେଇ ଛାତ୍ରୀଙ୍କ ଆତ୍ମୀୟ, ଗ୍ରାମବାସୀ ଓ ମାଣତ୍ରୀ ବଜାରରେ ଥିବାଲୋକ ମାନେ ନିର୍ଧୁମ ମାଡ ମାରିବା ସହ ଇନ୍ଦିରାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଆଣ୍ଠେଇ ଦେଇଥିଲେ ।

ଏହାପରେ ଅଭିଯୁକ୍ତ ଜଣକ ଦୋଷ ସ୍ବୀକାର କରିବା ପରେ ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ପରେ କୋର୍ଟ ଚାଲାଣ କରିଛି ବୋଲି ଜଣାପଡିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details