ବାରିପଦା: କୋରୋନା ମହାମାରୀ ମୁକାବିଲା ପାଇଁ ମାସ୍କ ପିନ୍ଧିବା ଜରୁରୀ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର । କିନ୍ତୁ ମୟୂରଭଞ୍ଜ ଜିଲ୍ଲାବାସୀ ମାସ୍କ ପିନ୍ଧୁ ନ ଥିବାରୁ ମୟୂରଭଞ୍ଜ ପୋଲିସ ଜୁନ ୫ ତାରିଖ ସୁଦ୍ଧା ୪୫,୭୪,୪୫୦ ଟଙ୍କା ଫାଇନ ଆଦାୟ କରିଛି ।
ମୟୂରଭଞ୍ଜରେ ମାସ୍କ ପିନ୍ଧାକୁ ଅଣଦେଖା, ପୋଲିସ ଆଦାୟ କଲାଣି ୪୫ ଲକ୍ଷରୁ ଊର୍ଦ୍ଧ୍ବ ଫାଇନ - people violating the order by not wearing masks
ମୟୂରଭଞ୍ଜ ଜିଲ୍ଲାବାସୀ ମାସ୍କ ପିନ୍ଧାକୁ ଗୁରୁତ୍ବପୂର୍ଣ୍ଣ ଭାବେ ନେଉ ନାହାଁନ୍ତି । ତେବେ ମୟୂରଭଞ୍ଜ ପୋଲିସ ଜୁନ ୫ ତାରିଖ ସୁଦ୍ଧା ୪୫,୭୪,୪୫୦ ଟଙ୍କା ଫାଇନ ଆଦାୟ କରି ସାରିଲାଣି ।
କୋରୋନା ମହାମାରୀ ମୁକାବିଲା ପାଇଁ ସମଗ୍ର ବିଶ୍ବ ଲଢ଼ୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲାବାସୀ ଏ ନେଇ ସଚେତନ ହେଉନଥିବା ଦେଖିବାକୁ ମିଳିଛି । କୋରୋନା ସଂକ୍ରମଣ ରୋକିବାକୁ ମାସ୍କ ପିନ୍ଧିବା ଜରୁରୀ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିୟମ ଲାଗୁକରିଛନ୍ତି । ତେବେ ମୟୁରଭଞ୍ଜ ଜିଲ୍ଲାରେ ମେ ୩୦ ତାରିଖ ସୁଦ୍ଧା ୩୫,୯୫,୯୫୦ ଟଙ୍କା ଫାଇନ ଆଦାୟ କରିଥିବା ବେଳେ ଲକ ଡାଉନ ୫.୦ ରେ ଜୁନ ୫ ତାରିଖ ସୁଦ୍ଧା ୯,୭୮,୫୦୦ ଟଙ୍କା ଆଦାୟ କରିଥିବା ଜଣାପଡ଼ିଛି । ତେବେ ଲକ ଡାଉନ ୫.୦ ରେ କିଛି ମାତ୍ର ରେ କୋହଳ ହେବା ପରେ ଲୋକଙ୍କୁ କିଛିଟା ଆଶ୍ବସ୍ତି ମିଳିଛି । ସଂକ୍ରମଣ ରୋକିବାକୁ ସରକାର ଲକଡାଉନ ସମୟସୀମା ବୃଦ୍ଧି କରୁଥିବା ବେଳେ ଅଧିକାଂଶ ଲୋକ କିନ୍ତୁ ବେଫିକର ହୋଇ ମାସ୍କ ପିନ୍ଧୁ ନ ଥୁବା ଦେଖିବାକୁ ମିଳିଛି । ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବା ବେଳେ ଲୋକେ କିନ୍ତୁ ଏହାକୁ ଖାତିର କରୁ ନଥିବା ଦେଖିବାକୁ ମିଳୁଛି । ତେବେ ମାସ୍କ ପିନ୍ଧୁ ନଥିବା ଲୋକଙ୍କ ଠୁ ପୋଲିସ ଫାଇନ ଅଦାୟକୁ ଜୋରଦାର କରିଛି । ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ମେ ୫ ତାରିଖ ସୁଦ୍ଧା ପୋଲିସ ମାସ୍କ ନପିନ୍ଧୁ ଥିବା ଲୋକଙ୍କ ଠାରୁ ମୋଟ ୪୫,୭୪,୪୫୦ ଟଙ୍କା ଆଦାୟ କରିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ