ଓଡିଶା

odisha

ETV Bharat / state

ବାଲି ଚୋରାଚାଲାଣକୁ ବିରୋଧ, ଗ୍ରାମବାସୀଙ୍କ ରାସ୍ତାରୋକ

ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକ ଦେଇ ପଶ୍ଚିମବଙ୍ଗର ସୁବର୍ଣ୍ଣରେଖା ନଦୀରୁ ବାଲି ମାଫିଆ ବାଲି ଚୋରାଚାଲାଣ କରୁଛନ୍ତି। ଯାହାକୁ ବିରୋଧ କରି ଶୁଳିଆପଦା-ଦେଉଳି ରାସ୍ତାକୁ ଟାୟାର ଜାଳି ଅଵରୋଧ କରିଥିଲେ ଗ୍ରାମବାସୀ।

road block against sand scam
ବାଲି ଚୋରା ଚାଲାଣକୁ ବିରୋଧ

By

Published : Dec 15, 2019, 6:38 PM IST

ବାରିପଦା: ବଢିବାରେ ଲାଗିଛି ବାଲି ମାଫିଆଙ୍କ ଦୌରାତ୍ମ୍ୟ । ଦୀର୍ଘଦିନ ଧରି ଶହ ଶହ ଟ୍ରକ ଓ ଡ଼ମ୍ପରରେ ବାଲି ବୁହା ଚାଲିବା ସହ ଚୋରାଚାଲାଣ କରାଯାଉଛି। ଏଭଳି ଅଭିଯୋଗ ଆସିଛି ମୟୁରଭଞ୍ଜ ଜିଲ୍ଲାରୁ। ଏଠାକାର ଶୁଳିଆପଦା ବ୍ଲକ ଦେଇ ପଶ୍ଚିମବଙ୍ଗର ସୁବର୍ଣ୍ଣରେଖା ନଦୀରୁ ବାଲି ମାଫିଆ ବାଲି ଚୋରାଚାଲାଣ କରୁଛନ୍ତି। ଯାହାକୁ ବିରୋଧ କରି ରାସ୍ତାରୋକ କରିଛନ୍ତି ଗ୍ରାମବାସୀ।

ରବିବାର ଶୁଳିଆପଦା ଥାନା ଓ ବଜାର ନିକଟରେ ଏକ ବାଲି ବୋଝେଇ ଡ଼ମ୍ପର ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା। ଦୁର୍ଘଟଣାଗ୍ରସ୍ତ ଡ଼ମ୍ପରକୁ ବାଲି ମାଫିଆ ନେବାକୁ ଚେଷ୍ଟା କରୁଥିବାବେଳେ ଗ୍ରାମବାସୀ ଏହାକୁ ବିରୋଧ କରି ଗାଡି ନେବାକୁ ଦେଇ ନଥିଲେ।

ପ୍ରତିଦିନ ଡମ୍ଫରରେ ଟ୍ରକ ଓ ଡ଼ମ୍ପରରେ ବାଲି ବୋଝେଇ କରି ନିଆଯାଉଛି। ଏହି କାରଣରୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଲାଣି। ଯାହାକୁ ନେଇ ଗ୍ରାମବାସୀ ଏହାର ବିରୋଧ କରି ଶୁଳିଆପଦା-ଦେଉଳି ରାସ୍ତାକୁ ଟାୟାର ଜାଳି ଅଵରୋଧ କରିଛନ୍ତି।

ବାଲି ଚୋରା ଚାଲାଣକୁ ବିରୋଧ

ଘଟଣା ବାବଦରେ ଗ୍ରାମବାସୀ ସ୍ଥାନୀୟ ତହସିଲଦାରଙ୍କୁ ଜଣାଇଥିଲେ ମଧ୍ୟ ବାଲି ଚୋରାଚାଲାଣ ରୋକା ନଯିବାରୁ ସେମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହେବା ପରେ ଘଟଣାସ୍ଥଳରେ ଶୁଳିଆପଦା ଥାନା ଅଧିକାରୀ ଓ ସ୍ଥାନୀୟ ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ରାସ୍ତା ମରାମତି କରିବା ପ୍ରତ୍ରିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details