ଓଡିଶା

odisha

ETV Bharat / state

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା; ନାହାନ୍ତି ଡାକ୍ତର, ହସ୍ପିଟାଲ ଛାଡୁଛନ୍ତି ରୋଗୀ

ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ କରି ଡାକ୍ତରଙ୍କୁ ମାଡ ଘଟଣା ପରେ ହସ୍ପିଟାଲ ଖାଁଖାଁ । ସେପଟେ ଡାକ୍ତର ଅଭାବରୁ ଚିକିତ୍ସିତ ରୋଗୀ ବି ହସ୍ପିଟାଲ ଛାଡିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଫଟୋ ସୌଜନ୍ୟ :ପ୍ରତିନିଧି, ରାଇରଙ୍ଗପୁର

By

Published : Sep 24, 2019, 10:48 PM IST

ରାଇରଙ୍ଗପୁର: ହସ୍ପିଟାଲ ଛାଡୁଛନ୍ତି ରୋଗୀ । ଖାଁଖାଁ ହସ୍ପିଟାଲ ବେଡ୍ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ।

ଭିଡିଓ ସୌଜନ୍ୟ :ପ୍ରତିନିଧି, ରାଇରଙ୍ଗପୁର

ସୂଚନାନୁସାରେ, ସୋମବାର କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ଅଭିଯୋଗ କରି ଡାକ୍ତରଙ୍କୁ ମାଡ ମାରିଥିଲେ । ଉକ୍ତ ଘଟଣା ପରେ ଚିକିତ୍ସାଳୟ ଚିକିତ୍ସିତ ହେଉଥିବା ରୋଗୀ ମଙ୍ଗଳବାର ଚିକିତ୍ସାଳୟ ଛାଡିଛନ୍ତି । ଉକ୍ତ ଘଟଣା ପରେ ଚିକିତ୍ସାଳୟର 2 ଜଣ ଡାକ୍ତର ଲକ୍ଷ୍ମୀକାନ୍ତ ମହାନ୍ତ ଓ ଡ଼ ପତି ଛୁଟିରେ ଅଛନ୍ତି । ଫଳରେ ଚିକିତ୍ସାଳୟର 4-5ଜଣ ଡାକ୍ତର ନିଜର ଅସୁବିଧା ଜଣାଇବାକୁ ବାରିପଦା ସିଡିଏମଓଙ୍କ ପାଖକୁ ଯାଇଥିବା ସୂଚନା ଦେଇଛନ୍ତି କରଞ୍ଜିଆ ଏସଡିଏମଓ କ୍ଷେତ୍ରବାସୀ ଦାସ ।

ତେବେ କ୍ଷେତ୍ରବାସୀ ଆଉଟଡୋରରେ ବସି ରୋଗୀ ସେବା କରୁଥିବା ବେଳେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ମଧ୍ୟ ମେଡିକାଲରେ ଉପସ୍ଥିତ ଥିଲେ । ଅପରପକ୍ଷେ ମେଡିକାଲରେ ଚିକିତ୍ସାଧୀନ କିଛି ରୋଗୀ ଡାକ୍ତରଙ୍କ ପାଇଁ ହସ୍ପିଟାଲ ଛାଡୁଥିବା ଅଭିଯୋଗ କରିଛନ୍ତି । ସାମାନ୍ୟ ଗୁରୁତର ରୋଗୀ ମାନଙ୍କୁ ବାରିପଦା, କଟକ ଆଦି ହସ୍ପିଟାଲକୁ ସ୍ଥାନାନ୍ତର କରିଯାଇଥିବା କହିଛନ୍ତି ।

ସେପଟେ ନୋଟିସ ବୋର୍ଡରେ ଲାଗିଥିବା ଡ୍ୟୁଟି ଚାର୍ଟରେ ଯେଉଁ ଡ଼ାକ୍ତରଙ୍କ ନାଁ ଅଛି ସେମାନେ ମଧ୍ୟ ବାରିପଦା ଯାଇଥିବା ଜଣାପଡିଛି । ତେବେ ଏତେ ବଡ଼ ଉପଖଣ୍ଡ ଚିକିତ୍ସାଳୟରେ ଡ଼ାକ୍ତର ନଥିବା ଯୋଗୁଁ ପଞ୍ଚପୀଢ ଉପଖଣ୍ଡର ଶହ ଶହ ରୋଗୀ ଚିକିତ୍ସା ପାଇଁ କେନ୍ଦୁଝର, ବାରିପଦା, କଟକ ଯିବା ପାଇଁ ବାଧ୍ୟ ହେଉଛନ୍ତି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details