ବାରିପଦା:ମେଡିକାଲ ଛାତରୁ ପ୍ଲାଷ୍ଟର ଖସି ଜଣେ ରୋଗୀ ମୃତ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଅଧିନ ବାରିପଦା PRM ମେଡିକାଲରେ। ସୂଚନାନୁସାରେ ମୟୂରଭଞ୍ଜ ଜିଲ୍ଲା ଅଧିନ ଶ୍ୟାମାଖୁଣ୍ଟା ବ୍ଲକ ପୋଡା ଅସ୍ତିଆ ଗ୍ରାମର ଚକ୍ରଧର ସିଂ ନାମକ ଜଣେ ଯୁବକ ଚିକିତ୍ସା ପାଇଁ PRM ମେଡିକାଲ କଲେଜକୁ ଯାଇଥିଲେ । ଆଉ ସେଠାରେ ଶଯ୍ୟା ଅଭାବ ଯୋଗୁଁ ବାରଣ୍ଡାରେ ରୋଗୀଙ୍କ ଚିକିତ୍ସା ଜାରି ରହିଥିବାବେଳେ ଘଟିଛି ଏହି ଅଘଟଣ ।
ଆଉ ଏହି ଘଟଣାକୁ ନେଇ ମୃତକଙ୍କ ପରିବାରବର୍ଗ ଓ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ବାରିପଦା- ଉଦଳା ରାସ୍ତା ପୋଡା ଅସ୍ତିଆ ଛକରେ ଦୀର୍ଘ ୧୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପରେ ରାସ୍ତାରେ ଯାତାୟାତ ସ୍ବାଭାବିକ ହୋଇଛି । ତେବେ ଆଜି (ଶନିବାର) ଏହି ଘଟଣାରେ ଏସଡିପିଓ, ଶ୍ୟାମାଖୁଣ୍ଟା ତହସିଲଦାର ଘଟଣାସ୍ଥଳରେ ବୁଝାସୁଝା କରିବା ସହ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ବର୍ଗଙ୍କୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ସହାୟତା ପ୍ରଦାନ ପରେ ରାସ୍ତାରୋକ ହଟିଛି ।