ମୟୂରଭଞ୍ଜ: ଜିଲ୍ଲାରେ ଶିକ୍ଷା ବିଭାଗର ପିଛା ଛାଡ଼ୁନି ସମସ୍ୟା । ଗୋଟିଏ ସମସ୍ୟାର ସମାଧାନ ନ ହେଉଣୁ ଅନ୍ୟ ଏକ ସମସ୍ୟା ଦେଖାଦେଉଛି । ସୋମବାର ଶାମାଖୁଣ୍ଟା ବ୍ଲକ ଅଧୀନ ଶିରିସବଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଛନ୍ତି ଅଭିଭାବକ ଓ ସ୍କୁଲ ଛାତ୍ରଛାତ୍ରୀ ।
ପ୍ରଧାନ ଶିକ୍ଷୟିତ୍ରୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ସ୍କୁଲରେ ତାଲା ପକାଇଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟାହ୍ନଭୋଜନରେ ହେରଫେର କରୁଥିବାବେଳେ ପିଲାଙ୍କୁ ମାଡ଼ ମାରୁଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏଥିସହ ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ଅଣଦେଖା କରାଯାଉଛି ।