ଓଡିଶା

odisha

ETV Bharat / state

ଶିକ୍ଷୟତ୍ରୀଙ୍କ ଗୁଣ୍ଡାରାଜକୁ ବିରୋଧ, ସ୍କୁଲରେ ତାଲା ପକାଇଲେ ଅଭିଭାବକ

ଶିକ୍ଷୟତ୍ରୀଙ୍କ ଗୁଣ୍ଡାରାଜ ଅଭିଯୋଗରେ ସ୍କୁଲରେ ତାଲା ପକାଇ ଅଭିଭାବକଙ୍କ ବିକ୍ଷୋଭ ପ୍ରଦର୍ଶନ । ଛାତ୍ରଙ୍କୁ ଦୁର୍ବ୍ୟବହାର ସହ ଅଭିଭାବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ।

By

Published : Jul 31, 2019, 10:19 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ମୟୂରଭଞ୍ଜ: ଶିକ୍ଷୟତ୍ରୀଙ୍କ ଗୁଣ୍ଡାରାଜ ଅଭିଯୋଗ କରି ନୂଆ ସାହି ପ୍ରାଥମିକ ବିଦ୍ୟାଳୟ ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ପାରିବାରିକ କଳହ କାରଣରୁ ବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ଦୁର୍ବ୍ୟବହାର ସହ ଗୁଣ୍ଡା ଲଗାଇ ଅଭିଭାବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ସମ୍ପୃକ୍ତ ଶିକ୍ଷୟତ୍ରୀଙ୍କ ନାମ ପ୍ରମିଳା ପୋଥାଳ । ଶିକ୍ଷୟତ୍ରୀଙ୍କୁ ବଦଳି କରିବା ସହ ଆକ୍ରମଣକାରୀଙ୍କୁ ଗିରଫ କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତେବେ ଖବର ପାଇ କପ୍ତିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ ଘଟଣାସ୍କଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ବୁଝାସୁଝା କରିବା ସହ ଶିକ୍ଷୟିତ୍ରୀଙ୍କ ବଦଳି ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details