ଓଡିଶା

odisha

ETV Bharat / state

ବଜ୍ରକାପ୍ତା ଚୋରା ଚାଲାଣ, 6 ଗିରଫ - Pangolin smuggling

ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳରେ ବଜ୍ରକାପ୍ତା କାତି ବିକ୍ରି ନିମନ୍ତେ ମୂଲଚାଲ ହେଉଥିବା ବେଳେ ବନବିଭାଗ ଚଢାଉ କରି ୬ ବଜ୍ରକାପ୍ତା ବେପାରୀଙ୍କୁ ଗିରଫ କରିଛି ।

ମୟୁରଭଞ୍ଜରେ ବଜ୍ରକାପ୍ତା ଚୋରା ଚାଲାଣ

By

Published : Oct 21, 2019, 2:37 PM IST

ବାରିପଦା: ପୁଣି ସକ୍ରିୟ ହୋଇଛି ବଜ୍ରକାପ୍ତାର ଚୋରା କାରବାର । ବଜ୍ରକାପ୍ତା କାତି ବିକ୍ରି ନିମନ୍ତେ ମୂଲଚାଲ ହେଉଥିବା ବେଳେ ବନବିଭାଗ ଚଢାଉ କରି ୬ ବଜ୍ରକାପ୍ତା ବେପାରୀଙ୍କୁ ଗିରଫ କରିଛି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳରେ ।

ବଜ୍ରକାପ୍ତା ଚୋରା ଚାଲାଣ

ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳ ଅଧିନ ବୃନ୍ଦାଗଡି ଏବଂ ବାଲିଛତ୍ରା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ବଜ୍ରକାପ୍ତା କାତି ବେପାର ପାଇଁ ଡିଲ୍‌ ହେଉଥିଲା । ବନବିଭାଗ କର୍ମଚାରୀ ଗ୍ରାହକ ସାଜି ଏହି ଡିଲ୍ କରୁଥିଲେ । ତିନୋଟି କାତି ୭ ଲକ୍ଷ ଟଙ୍କାରେ ଡିଲ୍ ହେବାବେଳେ ବନବିଭାଗ ୬ ଜଣ ବଜ୍ରକାପ୍ତା ବେପାରୀଙ୍କୁ ଗିରଫ କରିଛି । ଗିରଫ ବଜ୍ରକାପ୍ତା କାତି ବେପାରୀମାନେ ହେଲେ ନିଶିକାନ୍ତ ଜେନା, ସୁଦାମ ଖଣ୍ଡେଇ, ସୁକୁଲ ଟୁଡୁ, ଗୁରୁ ଚରଣ ବିନ୍ଧାଣୀ, ରବି ପାତ୍ର, ପ୍ରଶାନ୍ତ କୁମାର ମିଶ୍ର । ଏହା ସହିତ ବେପାରୀଙ୍କ ନିକଟରୁ ଦୁଇଟି ବାଇକ୍ ସହିତ ୩ଟି ବଜ୍ରକାପ୍ତା କାତି ଜବତ କରିଛି ବନବିଭାଗ । ପୂର୍ବରୁ ବଜ୍ରକାପ୍ତା ଚୋରା ଚାଲାଣରେ ଉଦଳା ଅଞ୍ଚଳର ତିନି ଜଣ ଗିରଫ ହୋଇଥିଲେ । ତେବେ ଏ ସଂପର୍କରେ ବନବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।


ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details