ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଜଶିପୁର ଥାନା ଅଧୀନ କାଳୁଆଖମଣ ଗାଁରେ ଅଭାବନୀୟ ଘଟଣା। ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ କେଞ୍ଝରା ଗାଁର ଖଗେଶ୍ବର ମହାନ୍ତ।
ହାତୀ ଆକ୍ରମଣରେ ଜଣେ ମୃତ - ହାତୀ ଆକ୍ରମଣରେ ଜଣେ ମୃତ
ମୟୂରଭଞ୍ଜ କାଳୁଆଖମଣ ଗାଁରେ ହାତୀ ଆତଙ୍କ । ଝାଡଖଣ୍ଡ ରାଜ୍ୟରୁ 21 ଟିକିଆ ହାତୀପଲ ଆସି ଏଠାରେ ବ୍ୟାପକ କ୍ଷୟକ୍ଷତି ଘଟାଇବାରେ ଲାଗିଛନ୍ତି । ଶୁକ୍ରବାର ଜଣେ ବ୍ୟକ୍ତି ହାତୀ ହାବୁଡରେ ପଡି ପ୍ରାଣ ହାରିଛନ୍ତି । ଅଧିକ ପଢନ୍ତୁ...

ହାତୀ ଆକ୍ରମଣରେ ଜଣେ ମୃତ
କେଞ୍ଝରା ଗାଁର ଜଣେ ବ୍ୟକ୍ତିଙ୍କୁ ଦଳି ଦେଲା ହାତୀ
ସୂଚନା ଅନୁଯାୟୀ ଗତ କିଛି ଦିନ ହେବ ୨୧ ଟିକିଆ ହାତୀପଲ ଝାଡଖଣ୍ଡ ରାଜ୍ୟରୁ ଆସି ଏହି ଅଞ୍ଚଳରେ ଘରଦ୍ୱାର ଭାଙ୍ଗିବା ସହ ଧାନ ଚାଉଳ ଖାଇ, ଫସଲର ବ୍ୟାପକ କ୍ଷୟକ୍ଷତି କରି ଚାଲିଛନ୍ତି। ସେପଟେ ବନବିଭାଗ ହାତୀ ଘଉଡାଇବାରେ ବିଫଳ ହୋଇଥିବା ଜଣାପଡିଛି। ଶୁକ୍ରବାର ସନ୍ଧ୍ୟା ସମୟରେ ହାତୀପଲ ରାସ୍ତା ପାର ହେବା ସମୟରେ ଖଗେଶ୍ବର ମହାନ୍ତ କାଳୁଆଖମଣ ଗାଁରେ ହାତୀ ହାବୁଡରେ ପଡି ଯାଇଥିଲେ। ଫଳରେ ହାତୀ ଆକ୍ରମଣରେ ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ବନବିଭାଗ ଉଦ୍ଧାର କରି କରଞ୍ଜିଆ ଡାକ୍ତରଖାନାକୁ ଆଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ
Last Updated : Jul 25, 2020, 9:00 AM IST