ଓଡିଶା

odisha

ETV Bharat / state

ରୋଗୀଙ୍କ ସେବା କରୁକରୁ ନର୍ସଙ୍କ ହୃଦଘାତ

ରୋଗୀଙ୍କ ସେବାରେ ଥିବା ଜଣେ କାର୍ଯ୍ୟରତ ନର୍ସଙ୍କ ମୃତ୍ୟୁ ଘଟିଛି । ଏପରି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଡାକ୍ତରଖାନାରେ । ମୃତ୍ୟୁବରଣ କରିଥିବା ନର୍ସ ଜଣକ ହେଲେ ବାଲେଶ୍ଵର ଜିଲ୍ଲାର ନାରାୟଣ ସିଂଙ୍କ ପତ୍ନୀ ଗୌରି ସିଂ।

ଫଟୋ ସୌଜନ୍ୟ:ପ୍ରତିନିଧି,ରାଇରଙ୍ଗପୁର

By

Published : May 24, 2019, 8:37 PM IST

ରାଇରଙ୍ଗପୁର: ହୃତଘାତରୁ ନର୍ସଙ୍କ ମୃତ୍ୟୁ । ରୋଗୀଙ୍କ ସେବାରେ ଥିବା ଜଣେ କାର୍ଯ୍ୟରତ ନର୍ସଙ୍କ ମୃତ୍ୟୁ ଘଟିଛି । ଏପରି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଡାକ୍ତରଖାନାରେ । ମୃତ୍ୟୁବରଣ କରିଥିବା ନର୍ସ ଜଣକ ହେଲେ ବାଲେଶ୍ଵର ଜିଲ୍ଲାର ନାରାୟଣ ସିଂଙ୍କ ପତ୍ନୀ ଗୌରି ସିଂ।

ଭିଡିଓ ସୌଜନ୍ୟ:ପ୍ରତିନିଧି,ରାଇରଙ୍ଗପୁର

ସୂଚନା ଅନୁସାରେ, ରାଇରଙ୍ଗପୁର ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ନର୍ସ ପୁରୁଷ ବିଭାଗରେ ରୋଗୀମାନଙ୍କୁ ଚିକିତ୍ସା କରୁଥିଲେ । ସେତେବେଳେ ଚିକିତ୍ସା ସାରି ସେ ତାଙ୍କ ପ୍ରକୋଷ୍ଠରେ ବସିଥିଲେ । ବସିଥିବା ସମୟରେ ହଠାତ୍ ହୃଦଘାତ ଯୋଗୁଁ ଅଚେତ ହୋଇଯାଇଥିଲେ। ତେବେ ତୁରନ୍ତ ଡାକ୍ତର ଆସି ତାଙ୍କୁ ଦେଖିବା ପରେ ମୃତ ଘୋଷଣା କରିଥିଲେ । ଏନେଇ ରାଇରଙ୍ଗପୁର ଡାକ୍ତରଖାନା ପରିସରରେ ଶୋକର ଛାୟା ଖେଳିଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details