ଓଡିଶା

odisha

ETV Bharat / state

ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଜାରି

ପୋଖରୀରେ ଭାସୁଛି ବୃଦ୍ଧଙ୍କ ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୋଖରୀରୁ ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ଅଧିକ ଖବର ପଢନ୍ତୁ...

By

Published : Mar 1, 2020, 6:56 PM IST

j_deadbody
ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର,ତଦନ୍ତ ଜାରି

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ବିଟାଡ଼ିହି ଗ୍ରାମ ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର। ସ୍ଥାନୀୟ ଲୋକେ ପୋଖରୀରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବାର ଦେଖି ପୋଲିସକୁ ଖବର ମିଳିଥିଲା। ଜାମଦା ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପୋଖରିରୁ ମୃତଦେହକୁ ଉଦ୍ଧାର କରିଥିଲେ।

ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର,ତଦନ୍ତ ଜାରି

ଉଦ୍ଧାର ପରେ ମୃତ ବ୍ୟକ୍ତି ଜଣକ ବିଟାଡ଼ିହି ଗ୍ରାମର ବଙ୍ଗାଳି ସୋରେନ ବୋଲି ଜଣାପଡିଥିଲା। ତେବେ ବଙ୍ଗାଳି ଜାନୁଆରୀ ମାସ 24 ତାରିଖରୁ ନିଖୋଜ ଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସେପଟେ ଯାମଦା ପୋଲିସ ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇ ଅଧିକ ତଦନ୍ତ ଜାରି ରଖିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା,ଇଟିଭି ଭାରତ

ABOUT THE AUTHOR

...view details