ବାରିପଦା:ସ୍କର୍ପିଓ ଦୁର୍ଘଟଣାରେ ସ୍କୁଟି ଚାଳକ ମୃତ୍ୟୁ । ଉତ୍ୟକ୍ତ ଲୋକଙ୍କ ମାଡ଼ରେ ଗାଡିରେ ବସି ଥିବା ଅଫିସରଙ୍କ ଗଲା ଜୀବନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା କତରା ନିକଟରେ ।
ସ୍କର୍ପିଓ ଧକ୍କାରେ ଗଲା ସ୍କୁଟି ଚାଳକ ଜୀବନ, ସରକାରୀ ଅଫିସରଙ୍କୁ ପିଟି ପିଟି ମାରିଦେଲେ ଲୋକେ - central govt officer beaten to death after road accident
ସ୍କର୍ପିଓ ଦୁର୍ଘଟଣାରେ ସ୍କୁଟି ଚାଳକ ମୃତ୍ୟୁ । ଉତ୍ୟକ୍ତ ଲୋକଙ୍କ ମାଡ଼ରେ ଗାଡିରେ ବସି ଥିବା ଅଫିସରଙ୍କ ଯାଇଛି ଜୀବନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା କତରାରେ । ଅଧିକ ପଢନ୍ତୁ
ସୂଚନା ଅନୁସାରେ, ମୟୂରଭଞ୍ଜ ବାଙ୍ଗିରିପୋଷି ଥାନା କତରା ନିକଟରେ ଏକ ସ୍କର୍ପିଓ ଗାଡିଟି ଜଣେ ସ୍କୁଟି ଚାଳକଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକ ହେଉଛନ୍ତି ଗୋଷାଣୀପାଳ ଗାଁର ହରିହର ସେଠୀ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏ ଖବର ପାଇ ସ୍ଥାନୀୟ ଲୋକେ ରୁଣ୍ତ ହୋଇଯାଇଥିଲେ ।
ସ୍କର୍ପିଓରେ ବସିଥିବା ଭାରତ ସରକାରଙ୍କ ନଳଜଳ ଯୋଜନାର ସର୍ଭେ କାର୍ଯ୍ୟ କରୁଥିବା କେନ୍ଦୁଝର ଆନନ୍ଦପୁରର ସତ୍ୟନାରାୟଣ ନନ୍ଦ ଓ ଉତ୍ତର ପ୍ରଦେଶର ଫୁଲ ଚନ୍ଦ୍ର ଶର୍ମା ଅନ୍ୟ ଜଣେ ଅଫିସରକୁ ଉତ୍ତ୍ୟକ୍ତ ଲୋକେ ନିସ୍ତୁକ ମାଡ ମାରିବା ସହ ରାଜରାସ୍ତା 49 ବାଙ୍ଗିରିପୋଷି-ଝାରପୋଖରିଆ ରାସ୍ତା କ୍ଷତିପୂରଣ ଦାବିରେ ବନ୍ଦ କରିଥିଲେ । ପୋଲିସ ଉତ୍ୟକ୍ତ ଲୋକେଙ୍କୁ ବୁଝାସୁଝା କରି ଆନ୍ଦୋଳନ ହଟାଇଥିଲା । ମାଡ଼ ଖାଇଥିବା ଗୁରୁତରଙ୍କୁ ବାରିପଦା ମେଡିକାଲକୁ ପଠାଇଥିଲା । ହେଲେ ବାରିପଦା ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସତ୍ୟନାରାୟଣ ନନ୍ଦଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି । ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଗିରଫ ପାଇଁ ପଇଁତରା ମାରୁଛି । ଏବେ ସୁଦ୍ଧା ଲୋକଙ୍କ ଦ୍ବାରା ଅଟକ ଡ୍ରାଇଭରର ମଧ୍ୟ ପତ୍ତା ମିଳିନାହିଁ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ