ଓଡିଶା

odisha

ETV Bharat / state

ଆବର୍ଜନାରୁ ଆବିଷ୍କାର, 4 ଚକିଆ ସୋଲାର ଗାଡି କଲେ ଚାଷୀ

ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ । ଅଦରକାରୀ ସାମଗ୍ରୀକୁ ବ୍ଯବହାର କରି ଜଣେ ଚାଷୀ ତଥା ବ୍ୟବସାୟୀ ତିଆରି କରିଛନ୍ତି ବ୍ୟାଟେରୀ ଚାଳିତ ସୋଲାର ଗାଡି । ଥରେ କିଣିଲେ ବର୍ଷ ବର୍ଷ ମାଗଣାରେ ବୁଲିବେ ବର୍ଷ ବର୍ଷ । ଦେଖନ୍ତୁ ଏଇ ଦେଶୀ ଇଞ୍ଜିନିୟରଙ୍କ ଏହି ନିଆରା ଆବିଷ୍କାର ..

By

Published : Mar 18, 2021, 9:11 PM IST

ଆବର୍ଜନାରୁ ଆବିଷ୍କାର , 4 ଚକିଆ ସୋଲାର ଗାଡି କଲେ ଚାଷୀ
ଆବର୍ଜନାରୁ ଆବିଷ୍କାର , 4 ଚକିଆ ସୋଲାର ଗାଡି କଲେ ଚାଷୀ

ରାଇରଙ୍ଗପୁର: ଆଦିବାସୀ ଅଧ୍ୟୁଷିତ କରଞ୍ଜିଆ ଉପଖଣ୍ଡର ଜଣେ ବେଶ୍ ଜଣାଶୁଣା ଚାଷୀ ତଥା ବ୍ୟବସାୟୀ ସୁଶୀଲ କୁମାର ଅଗ୍ରୱାଲ । ହେଲେ ଏବେ ସେ ନିଜ ଇନୋଭେଟିଭ ଆଇଡିଆ ପାଇଁ ଚର୍ଚ୍ଚିତ । ନିଜ ଜ୍ଞାନ କୌଶଳ ଓ କିଛି ଅଦରକାରୀ ଜିନିଷ ବ୍ୟବହାର କରି ସେ ଏକ ସୋଲାର ଗାଡ଼ି ନିର୍ମାଣ କରି ସମଗ୍ର ରାଜ୍ୟ ତଥା ଦେଶରେ ପକେଇଛନ୍ତି ଚହଳ ।

ଆବର୍ଜନାରୁ ଆବିଷ୍କାର , 4 ଚକିଆ ସୋଲାର ଗାଡି କଲେ ଚାଷୀ

ପେଶାରେ ଜଣେ ଚାଷୀ, ନିଶା କିନ୍ତୁ କିଛି ନୂଆ କରି ଦେଖାଇବାର। ନିଜର ଜ୍ଞାନ କୌଶଳ ଅବଲମ୍ବନ କରି ଉଦ୍ଭାବନ କରିଛନ୍ତି ଏକ ଚାରି ଚକିଆ ଯାନ। କୋରୋନା ମହାମାରୀ ସମୟରେ ସାରା ଦେଶରେ ଲାଗୁ ହୋଇଥିବା ଲକଡାଉନ ଯୋଗୁଁ ଘରେ ରହି ସେ ଏପରି ଏକ ଚାରି ଚକିଆ ଯାନ ଉଦ୍ଭାବନ କରିଛନ୍ତି ଯାହା ପାଇଁ ଆଜି ସେ ପାଲଟିଛନ୍ତି ଅଟୋ ମୋବାଇଲ ସେକ୍ଟରର ନୂଆ ଦିଗଦର୍ଶନ । ଘରେ ଥିବା କିଛି ଅଦରକାରୀ ଲୁହା, ଟାୟାର, ବ୍ୟାଟେରୀ, ମୋଟର, ସୋଲାର ପ୍ୟାନେଲ, କିଛି ବୈଦ୍ୟୁତିକ ଉପକରଣ ଇତ୍ୟାଦି କୁ ନେଇ ଏକ ଚାରି ଚକିଆ ଯାନ ତିଆରି କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ବହୁ ପରିଶ୍ରମ ଓ ଟେକ୍ନୋଲୋଜିର ବ୍ୟବହାର କରି ଛଅ ରୁ ସାତ ମାସ ମଧ୍ୟରେ ସେ ଏହ ଚାରି ଚକିଆ ଯାନ ନିର୍ମାଣ କରିବାକୁ ସକ୍ଷମ ହୋଇଛନ୍ତି । ତେବେ ଏହି ଯାନ ନିର୍ମାଣ କରିବା ପାଇଁ ତାଙ୍କୁ ତିନି ଜଣ ସାହାଯ୍ୟ କରିଥିଲେ ।

ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଚାରୋଟି ଉପଖଣ୍ଡ ମଧ୍ୟରୁ କରଞ୍ଜିଆ ହେଉଛି ଅନ୍ୟ ଏକ ଉପଖଣ୍ଡ। ବଣ ଜଙ୍ଗଲ ଘେରା ଏହି ଉପଖଣ୍ଡ ରେ ଏବେବି ବହୁ ପ୍ରତିଭା ଲୁକାୟିତ ଅବସ୍ଥାରେ ରହିଛି। ତେବେ କରଞ୍ଜିଆ ଅଞ୍ଚଳର ସଫଳ ଚାଷୀ କୁହାଯାଉଥିବା ସୁଶୀଲ କୁମାର ଅଗ୍ରୱାଲ ନିଜ ଚେଷ୍ଟା, ବୁଦ୍ଧି ଓ ଜ୍ଞାନ କୌଶଳ ବଳରେ ଏକ ଚାରି ଚକିଆ ଯାନ ଉଦ୍ଭାବନ କରି ନିଜ ଭିତରେ ଥିବା ପ୍ରତିଭା କୁ ସାମ୍ନାକୁ ଆଣି ପାରିଛନ୍ତି। ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି କୁ ଦୃଷ୍ଟିରେ ରଖି ଏହି ଗାଡି ନିର୍ମାଣ କରା ଯାଇଛି ।

ସୌରଶକ୍ତି ଦ୍ବାରା ଚାଳିତ ଏହି ଯାନ ଟି ଥରେ ଚାର୍ଜ କଲେ ୨୫୦ ରୁ ୩୦୦ କିଲୋମିଟର ଚାଲି ପାରିବ ଓ ତିନି ରୁ ଚାରି ଜଣ ଗାଡ଼ିରେ ବସିପାରିବେ ବୋଲି ଦାବି କରିଛନ୍ତି ସୁଶୀଲ। ଏହି ଗାଡ଼ି ର ଗତି ୫୦ କିଲୋମିଟର ପ୍ରତି ଘଣ୍ଟା ରହିଥିବା ବେଳେ ଗତି ବଢାଇବାର ପ୍ରୟାସ ମଧ୍ୟ ଜାରି ରହିଛି।

ସେପଟେ ଏହି ମଡେଲ ର ଗାଡ଼ି ନିର୍ମାଣ କରିବାକୁ ଏକ କାରଖାନା ତିଆରି କରିବା ଓ ଦୁଇ ଲକ୍ଷ ଟଙ୍କା ବିନିମୟରେ ଏହି ଗାଡି କୁ ବିକ୍ରି କରିବାର ଲକ୍ଷ୍ୟ ରଖିଛନ୍ତି ସୁଶୀଲ। ସେପଟେ ଥରେ କିଣିବା ପରେ ବର୍ଷ ବର୍ଷ ପର୍ଯ୍ୟନ୍ତ ଏହି ଗାଡିରେ କୌଣସି ଖର୍ଚ୍ଚ ହେବ ନାହିଁ ବୋଲି ଦାବି କରିଛନ୍ତି ସୁଶୀଲ । ଏହି ଗାଡିକୁ ଆଗକୁ ନେବା ପାଇଁ ସେ ରାଜ୍ୟ ଓ କେନ୍ଦ୍ର ଶିଳ୍ପ ମନ୍ତ୍ରୀ ଙ୍କ ସହ ଯୋଗାଯୋଗ କରିବା ସହ ଆଇଆଇଟି ମାଡ୍ରାସ ସହ ଯୋଗାଯୋଗ କରି ଟେକ୍ନିକାଲ ସହାୟତା ନେବେ ବୋଲି ଜଣାଇଛନ୍ତି ।

ପ୍ରଦୂଷଣ, ତେଲ ଦର ଉପରମୁହାଁ ଭିତରେ ସରକାର ମଧ୍ୟ ଇନ୍ଧନ ଚାଳିତ ଯାନର ବିକଳ୍ପ ବ୍ୟବହାର ପାଇଁ ଯୁଦ୍ଧଭିତ୍ତିରେ ଲାଗିପଡିଛନ୍ତି । ଏଭଳି ସମୟରେ ସୁଶୀଲଙ୍କ ଏହି ପ୍ରୟାସ ମଧ୍ୟବିତ୍ତଙ୍କ ଗାଡି କିଣା ସ୍ବପ୍ନକୁ ପୂରଣ କରିପାରେ । ଏଥିସହ ପରିବେଶ ଅନୁକୂଳଯୁକ୍ତ ଏହି ଗାଡି ପ୍ରଦୂଷଣ ମୁକ୍ତ ସହ ଦୂର କରିବ ତେଲ ସଙ୍କଟ । ତେବେ ଏପରି ଏକ ଚାରି ଚକିଆ ଯାନ ର ଉଦ୍ଭାବନ ନିହାତି ଭାବେ ସମସ୍ତଙ୍କ ପାଇଁ ଅନନ୍ୟ ଉଦାହରଣ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details