ଓଡିଶା

odisha

ETV Bharat / state

ବିଦେଶରେ ଜଲୱା ଦେଖାଇବେ ଓଡିଆ ଝିଅ ପ୍ରିୟଦର୍ଶିନୀ

ବିଦେଶୀରେ ଓଡିଶା ଝିଅ ଦେଖାଇବେ ଜଲୱା । ରାଇରଙ୍ଗପୁରର ପ୍ରିୟଦର୍ଶିନୀ ମହାନ୍ତ ଅଜେର ବେଜାନରେ ଦେଶର କଳା ଓ ସଂସ୍କୃତିକୁ ଉପସ୍ଥାପନ କରିବେ ।

By

Published : Jul 13, 2019, 6:27 PM IST

ଫଟୋ ସୌଜନ୍ୟ-ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ବିଦେଶରେ ଭାରତୀୟ ସଂସ୍କୃତିକୁ ଉପସ୍ଥାପନ କରିବେ ଓଡ଼ିଆ ଝିଅ ପ୍ରିୟଦର୍ଶିନୀ ମହାନ୍ତ । ଅଜେର ବେଜାନ (azer baijan)ରେ ହେବାକୁ ଥିବା ‘ବାକୁ ଇଣ୍ଟରନ୍ୟାସନାଲ ୟୁଥ ଫୋରମ 2019’ରେ ଯୋଗ ଦେବା ପାଇଁ ସେ ଏକମାତ୍ର ଭାରତୀୟ ପ୍ରତିନିଧି ଭାବେ ଚୟନ ହୋଇଛନ୍ତି । ରାଇରଙ୍ଗରପୁରର ଏହି ଯୁବ ପ୍ରତିଭାଙ୍କୁ ନେଇ ସମଗ୍ର ଓଡିଶା ଏବେ ଗର୍ବିତ ।

ଭିଡିଓ ସୌଜନ୍ୟ-ପ୍ରତିନିଧି, ରାଇରଙ୍ଗପୁର

ଅଜେର ବେଜାନର ରାଜଧାନୀ ବାକୁ ସହରରେ ଅନୁଷ୍ଠିତ Multiculturalism କାର୍ଯ୍ୟକ୍ରମରେ ମୋଟ ୨୦ଟି ଦେଶର ଯୁବକ ଯୁବତୀମାନେ ଚୟନ ହୋଇଛନ୍ତି । ସେଥିମଧ୍ୟରୁ ଭାରତର କେବଳ ପ୍ରିୟଦର୍ଶିନୀ ଚୟନ ହୋଇଛନ୍ତି । ସେଠାରେ ସେ ଭାରତୀୟ ପ୍ରଥା ସଂସ୍କୃତିକୁ ଉପସ୍ଥାପନ କରିବେ । ସମ୍ବଲପୁରୀ ପାଟ ଶାଢୀ, ଅହମଦାବାଦର ବାଟି ପ୍ରିଣ୍ଟ ଶାଢ଼ୀ, ଭାରତୀୟଙ୍କ ଖାଦ୍ୟପେୟ , ବେଶଭୂଷା, ଆଭୂଷଣ ଇତ୍ୟାଦି ସମସ୍ତ ତଥ୍ୟ ସେ ବାଣ୍ଟିବେ । ଆସନ୍ତା ୧୫ ରୁ ୨୧ ଜୁଲାଇ ପର୍ଯ୍ୟନ୍ତ ୨୦ ଟି ଦେଶର ଯୁବ ପ୍ରତିଭାଙ୍କୁ ନେଇ "Baku International Multi culturalism Centre" ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଛି ।

ପ୍ରିୟଦର୍ଶିନୀ ରାଇରଙ୍ଗପୁର ବିକାଶନଗରର ନୀଳକଣ୍ଠ ମହାନ୍ତ ଓ ପଦ୍ମାବତୀ ମହାନ୍ତ ଙ୍କ ଝିଅ । ତାଙ୍କ ବାପା ଜଣେ ଭାରତୀୟ ବାୟୁସେନାର ଅବସରପ୍ରାପ୍ତ କର୍ମଚାରୀ ଓ ମାଆ ଗୃହିଣୀ । ସେ କଟକସ୍ଥିତ ଶ୍ରୀ ଶ୍ରୀ ରବିଶଙ୍କର ବିଶ୍ବବିଦ୍ୟାଳୟର ବିବିଏ ଶେଷ ବର୍ଷର ଛାତ୍ରୀ । ଆଜର ବେଜାନ ଦେଶକୁ ଗସ୍ତ ଖବର ପ୍ରସାରଣ ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ଭାରତରୁ ଜଣେ ମାତ୍ର ଯୁବ ପ୍ରତିନିଧି ଭାବରେ ପ୍ରତିନିଧିତ୍ବ କରୁଥିବାରୁ ସେ ବହୁତ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି ।


ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details