ମୟୂରଭଞ୍ଜ: ଦିନକୁ ଦିନ ଲୋକ ସଂଖ୍ୟା ବଢୁଥିବାବେଳେ ବାରିପଦା ସହରରେ ବଢୁଛି ଟ୍ରାଫିକ ସମସ୍ୟା । ଯାହାକୁ ନେଇ ଏବେ ଚିନ୍ତାରେ ବାରିପଦାବାସୀ । ସହରରେ ୧୩ ଗୋଟି ସମ୍ବେଦନଶୀଳ ଟ୍ରାଫିକ ପୋଷ୍ଟ ଖାଲି ପଡିଥିବାବେଳେ ଏବେ ବାରିପଦା ସହରରେ ଲୋକସଂଖ୍ୟା ୩ ଲକ୍ଷରୁ ଊର୍ଦ୍ଧ୍ବ ରହିଛି । ମାତ୍ର ସହରରେ ଉପଯୁକ୍ତ ଟ୍ରାଫିକ ବ୍ୟବସ୍ଥାବଳୀ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ଏହି ସହରରେ ସମସ୍ତ ସରକାରୀ ମୁଖ୍ୟ କାର୍ଯ୍ୟାଳୟ ରହିଥିବାବେଳେ, ମେଡିକାଲ କଲେଜ, ଇଞ୍ଜିନିୟରିଂ କଲେଜ ଓ ଅନ୍ୟାନ୍ୟ ବେସରକାରୀ କାର୍ଯ୍ୟାଳୟ ମଧ୍ୟ ରହିଛି। ହେଲେ ବଡ଼ ବଡ଼ ମଲ ଗୁଡିକ ଥାଇ ମଧ୍ୟ ପାର୍କିଂ ଉପରେ କୌଣସି କଟକଣା ରଖୁନାହାଁନ୍ତି । ଯାହାଫଳରେ ରାସ୍ତା ଉପରେ ଯାନ ବାହାନ ରଖୁଛନ୍ତି ସାଧାରଣ ଲୋକେ।