ଓଡିଶା

odisha

ETV Bharat / state

ଜଙ୍ଗଲରୁ ନବଜାତ ଶିଶୁପୁତ୍ର ଉଦ୍ଧାର - ଜଙ୍ଗଲ

ମୋରଡା ବ୍ଲକ ଅନ୍ତର୍ଗତ ନାହାସୋଳ ଜଙ୍ଗଲରୁ ପରିତ୍ୟକ୍ତ ଅବସ୍ଥାରେ ଏକ ଶିଶୁପୁତ୍ର ଉଦ୍ଧାର । ଶିଶୁପୁତ୍ରକୁ ଚିକିତ୍ସା ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

By

Published : Jun 15, 2019, 1:02 PM IST

ବାରିପଦା: ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ ନାହାସୋଳ ଜଙ୍ଗଲରୁ ସ୍ଥାନୀୟ ଗ୍ରାମବାସୀ ପରିତ୍ୟକ୍ତ ଅବସ୍ଥାରେ ଏକ ଶିଶୁପୁତ୍ର ଉଦ୍ଧାର କରିଛନ୍ତି ।

ଶିଶୁପୁତ୍ରକୁ ଅଖାରେ ଗୁଡାଇ ଜାହିରା ତଳେ କେହି ରଖିଦେଇ ପଳାଇ ଯାଇଥିବା ଅନୁମାନ କରାଯାଉଛି । ଆଶାଦିଦି ହୀରାମଣି ଟୁଡୁ ଓ ତାଙ୍କ ସ୍ୱାମୀ ନିଜ ସ୍କୁଟି ଯୋଗେ ଶିଶୁପୁତ୍ରକୁ ଚିକିତ୍ସା ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ପରିତ୍ୟକ୍ତ ଅବସ୍ଥାରେ ଶିଶୁ ପୁତ୍ରଟି ପଡିଥିବା ବେଳେ ଜନ୍ଦା ଓ ପିମ୍ପୁଡି ଲାଗିଯାଇଥିବାରୁ ଗୁରୁତର ହୋଇପଡିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ଖବର ପାଇ ଯୁବ ସମାଜସେବୀ ରାକେଶ ସିଂହ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଶିଶୁ ପୁତ୍ରକ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details