ଓଡିଶା

odisha

ETV Bharat / state

ଉଦ୍ଧାର ବଜ୍ରକାପ୍ତାକୁ ନେଇ ନୂଆ ଟ୍ବିଷ୍ଟ, ବନବିଭାଗ ଅଫିସରୁ ଗାଏବ - ବନବିଭାଗ ଅଫିସରୁ ଗାଏବ

ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ପିଠାବଟା ରେଞ୍ଜ ଅଫିସରୁ ବଜ୍ରକାପ୍ତା ଗାଏବ । ଅକ୍ଟୋବର 31 ତାରିଖ ଦିନ ମାଆ ବଜ୍ରକାପ୍ତାଟି ଏକ ଶାବକକୁ ଜନ୍ମ ଦେଇଥିଲା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ମୟୂରଭଞ୍ଜ

By

Published : Nov 5, 2019, 1:45 PM IST

Updated : Nov 5, 2019, 2:34 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ପିଠାବଟା ରେଞ୍ଜ ଅଫିସରୁ ବଜ୍ରକାପ୍ତା ଗାଏବ । ସୂଚନା ଅନୁସାରେ, ବନବିଭାଗ ଗତ ଅକ୍ଟୋବର 29 ତାରିଖ ଦିନ ଉଦ୍ଧାର କରିଥିଲା ଏକ ଜୀବନ୍ତ ବଜ୍ରକାପ୍ତା । ଏହି ଘଟଣାରେ ଚାରି ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ଉଦ୍ଧାର ବଜ୍ରକାପ୍ତାକୁ ପିଠାବଟା ରେଞ୍ଜ ଅଫିସରେ ରଖା ଯାଇଥିଲା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମୟୂରଭଞ୍ଜ

ତେବେ ଅକ୍ଟୋବର 31 ତାରିଖ ଦିନ ମାଆ ବଜ୍ରକାପ୍ତାଟି ଏକ ଶାବକକୁ ଜନ୍ମ ଦେଇଥିଲା । ହେଲେ ଆଜି ସକାଳୁ ବନବିଭାଗର ପିଠାବଟା ରେଞ୍ଜ ଅଫିସରୁ ବଜ୍ରକାପ୍ତାଟି ନିଖୋଜ ଥିବା ଜଣାପଡିଛି ।

ବନବିଭାଗର ରେଞ୍ଜ ଅଫିସରୁ ମାଆ ବଜ୍ରକାପ୍ତା ଗାଏବ ରହିଥିବା ବେଳେ ଛୁଆ ବଜ୍ରକାପ୍ତାଟି ଗତକାଲି ରାତିରୁ ମୃତ୍ୟୁବରଣ କରିଥିବା ସୂଚନା ରହିଛି । ଏନେଇ ବନବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିବ ବୋଲି କହିଛନ୍ତି ବାରିପଦା ବନଖଣ୍ତ ଅଧିକାରୀ ସୟମ ମଲ୍ଲିକ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Nov 5, 2019, 2:34 PM IST

ABOUT THE AUTHOR

...view details