ଓଡିଶା

odisha

ETV Bharat / state

ପୁଣି ଲଜ୍ଜା, ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ନାବାଳିକାକୁ ନାବାଳକର ଦୁଷ୍କର୍ମ ଅଭିଯୋଗ । ଏହି ଘଟଣାଟି ମୟୂରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନା ଅଞ୍ଚଳରେ ଘଟିଛି । ଅଧିକ ଖବର ପଢନ୍ତୁ...

By

Published : Dec 9, 2019, 9:51 PM IST

Miss behave case
Miss behave case

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ପୁଣି ଲଜ୍ଜା । ଜିଲ୍ଲାର ଝାରପୋଖରିଆ ଥାନା ଅଞ୍ଚଳରେ ନାବାଳିକାକୁ ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକା ଜଣଙ୍କ ନିଜ ମାମୁଁ ଘରେ ରହୁଥିବା ବେଳେ ପଡ଼ୋଶୀର ଜଣେ ନାବାଳକ ନିଜ ଘରକୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ପୁଣି ଲଜ୍ଜା,7 ବର୍ଷର ନାବାଳିକାକୁ ନାବାଳକର ଦୁଷ୍କର୍ମ ଅଭିଯୋଗ

ସୂଚନା ଅନୁସାରେ, ନାବାଳିକା ଜଣଙ୍କ ବୟସ ୭ ବର୍ଷ ହେବ ବୋଲି ଜଣାପଡିଛି । ଘଟଣାରେ ପୋଲିସ ନାବାଳକ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ସହ ପୀଡିତା ନାବାଳିକାକୁ ମଧ୍ୟ ଥାନାକୁ ଆଣି ତଦନ୍ତ ଜାରିରଖିଛି । ଏନେଇ ଝାରପୋଖରିଆ ଥାନାରେ ୧୫୩/୧୯ରେ ଏକ ମାମଲା ରୁଜୁ କରାଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details