ରାଇରଙ୍ଗପୁର:ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା କିଚକେଶ୍ଵରୀ। ମା କିଚକେଶ୍ବରୀଙ୍କ ମନ୍ଦିର ନିକଟରେ ଅବସ୍ଥିତ କୁଟେଇତୁଣ୍ଡି ମନ୍ଦିର। ଏହି ମନ୍ଦିରରେ ପୂଜା ପାଉଛନ୍ତି ଭୋଳାନାଥ । ଭୋଳାନାଥଙ୍କ ବାହାନ ବୃଷଭଙ୍କ ମୃର୍ତ୍ତିକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି ।
୧୨ ଶହ ବର୍ଷ ପୁରୁଣା ମନ୍ଦିର ହୋଇଥିବା ବେଳେ ଓଡ଼ିଶାରେ ଏହା ବିରଳ। ମନ୍ଦିରଟି ସଂପୂର୍ଣ୍ଣ କଳାମୁଗୁନି ପଥରରେ ନିର୍ମାଣ କରାଯାଇଥିବା ବେଳେ ମନ୍ଦିରର ବିଶେଷତ୍ଵ ହେଉଛି ପଶ୍ଚିମ ମୁଖ ମନ୍ଦିର। ପୂର୍ବ କାଳରୁ ବିଶ୍ବାସ ରହିଛି ପଶ୍ଚିମ ମୁଖ ମନ୍ଦିରରେ ଶିବ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ । କିନ୍ତୁ ମନ୍ଦିରରେ ଭୋଳାନାଥଙ୍କ ବାହାନ ବୃଷଭଙ୍କ ମୂର୍ତ୍ତିକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଦେଖିବାକୁ ମିିଳିଛି ।