ଓଡିଶା

odisha

ETV Bharat / state

ବିଦ୍ୟୁତ ବିଭାଗର ଅବହେଳା: ଅକାଳରେ ଚାଲିଗଲା 3ବର୍ଷ ଶିଶୁର ଜୀବନ

ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଜଣେ 3 ବର୍ଷର ଶିଶୁକୁ ପ୍ରାଣ ହରାଇବାକୁ ପଡିଛି । ମୟୂରଭଞ୍ଜ ଜିଲ୍ଲାରେ ଘଟିଛି ଏହି ଦୁଃଖଦ ଘଟଣା । ସେପଟେ ଏ ଘଟଣାରେ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ ।

By

Published : Jun 1, 2019, 9:56 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ


ବାରିପଦା: ବିଦ୍ୟୁତ ବିଭାଗର ଅବହେଳାର ଶିକାର ହେଲା କଣ୍ଢେଇ। ବିଦ୍ୟୁତ ବିଭାଗର ଅବହେଳାର ପରିଣାମ ସ୍ୱରୂପ ଜୀବନ ହରାଇବାକୁ ପଡିଛି ଜଣେ ତିନିବର୍ଷର ଝିଅ କଣ୍ଢେଇକୁ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବାରିପଦା ଟାଉନ ଥାନା ଅଧିନସ୍ଥ ବାହାଦୂରପୁର ଅଞ୍ଚଳରେ।

ସୂଚନା ମୁତାବକ, ବାହାଦୁରପୁର ଅଞ୍ଚଳର ସସଧାର ଦାସଙ୍କ ତିନି ବର୍ଷର ଝିଅ କଣ୍ଢେଇ ଘର ପାର୍ଶ୍ୱରେ ଯାଇଥିବା ବିଦ୍ୟୁତ ଖୁଣ୍ଟରେ ଲାଗିଥିବା ଆର୍ଥିଙ୍ଗକୁ ଧରି ଦେଇଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ଶିଶୁଟିକୁ ସଙ୍ଗେସଙ୍ଗେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ନେଉଥିଲେ । ହେଲେ ଅଧାରାସ୍ତାରେ ହିଁ ଶିଶୁଟିର ଜୀବନ ଦୀପ ଲିଭି ଯାଇଛି । ଏହି ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଲୋକେ ଶିଶୁଟିର ପରିବାରକୁ କ୍ଷତି ପୂରଣ ଦେବା ଦାବିରେ ଉଦଳା-ବାରିପଦା ମୁଖ୍ୟ ରାସ୍ତା ବହାଦୁରପୁର ଠାରେ ରାସ୍ତାରୋକ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସେପଟେ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ଆଠ ଦିନ ହେବ ଖୁଣ୍ଟ ରେ ଲାଗିଥିବା ଆର୍ଥିଙ୍ଗ ଚାର୍ଜ ହୋଇ ଯାଇଥିବାରୁ ଗ୍ରାମବାସୀ ଏ ନେଇ ବିଦ୍ୟୁତ ବିଭାଗକୁ ଅଭିଯୋଗ କରିଥିଲେ । ହେଲେ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ନ ନେବା ଯୋଗୁଁ ଆଜି ଶିଶୁଟିକୁ ପ୍ରାଣ ହରାଇବାକୁ ପଡିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details