ଓଡିଶା

odisha

ETV Bharat / state

ମୋରଡା ନିର୍ବାଚନମଣ୍ଡଳୀ ଗସ୍ତରେ ମନ୍ତ୍ରୀ ସୁଦାମ ମାରାଣ୍ଡି

ମୟୂରଭଞ୍ଜର ମୋରଡା ନିର୍ବାଚନ ମଣ୍ଡଳୀକୁ ପ୍ରଥମ ସରକାରୀ ଗସ୍ତ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ମୋରଡା ବିଧାୟକ ରାଜ କିଶୋର ଦାସ ।

By

Published : Jun 5, 2019, 5:21 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ


ମୟୂରଭଞ୍ଜ: ମୋରଡା ନିର୍ବାଚନ ମଣ୍ଡଳୀକୁ ପ୍ରଥମ ସରକାରୀ ଗସ୍ତରେ ଆସିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ମୋରଡା ବିଧାୟକ ରାଜ କିଶୋର ଦାସ । ଉଭୟ ନେତା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟିବା ସହ ଜିଲ୍ଲାର ସ୍ୱାର୍ଥ ପାଇଁ କାମ କରିବେ ବୋଲି କହିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
ବୁଧବାର ସକାଳ ୯ଟା ବିଧାୟକ ଓ ମନ୍ତ୍ରୀ ପ୍ରଥମେ ଶୁଳିଆପଦା ବ୍ଲକ କାର୍ଯ୍ୟାଳୟ ସମ୍ମୁରେ ପହଞ୍ଚିଥିଲେ । ସେଠାରେ ଦଳୀୟ କର୍ମକର୍ତ୍ତାମାନଙ୍କ ତରଫରୁ ଉଭୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ମୋରଡା ଛକଠାରେ ଦଳୀୟ ନେତା ଓ କର୍ମୀମାନେ ତାଙ୍କୁ ସ୍ବାଗତ କରିଥିଲେ । ଏହାପରେ ମୋରଡା ବିଧାୟକ ଶ୍ରୀ ଦାସ ଓ ମନ୍ତ୍ରୀ ଶ୍ରୀ ମାରାଣ୍ଡି ମୋରଡା ସ୍ଥିତ ମା ତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ବିଧାୟକ ଓ ମନ୍ତ୍ରୀଙ୍କ ସହିତ ସାରସକଣାର ପୂର୍ବତନ ବିଧାୟକ ଭାଦବ ହାଁସଦା, ବିଜେଡି ଜିଲ୍ଲା ସଭାପତି ଦେବାଶିଷ ମହାନ୍ତି, ମହିଳା ରାଜ୍ୟ ସମ୍ପାଦିକା ସମ୍ପା ମଜୁମଦାର ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ମୋରଡ଼ା ବିଧାୟକ ଭାବେ ନିର୍ବାଚିତ ହୋଇଥିବା ରାଜକିଶୋର ଦାସ ପୂର୍ବରୁ ତିନିଥର ବିଜେପିରୁ ପ୍ରାର୍ଥୀ ହୋଇ ହାରିଥିବା ବେଳେ ଏଥର ବିଜେଡିରୁ ବିଜୟଲାଭ କରିଛନ୍ତି।


ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details