ବାରିପଦା: ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ, ଗୃହଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ଦିନିକିଆ ମୟୂରଭଞ୍ଜ ଗସ୍ତ କରିଛନ୍ତି। ମଙ୍ଗଳବାର ଦିନିକିଆ ଗସ୍ତରେ ଆସି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ତେବେ ମୟୂରଭଞ୍ଜ ଜିଲ୍ଲାରେ କୋରୋନା ସୁସ୍ଥ ହୋଇଥିବା 465 ଜଣଙ୍କ ମଧ୍ୟରୁ 300 ଜଣ ପ୍ଲାଜମା ଦାନ କରିପାରିବେ ବୋଲି ଜଣାପଡ଼ିଛି।
ତେବେ 300 ଜଣଙ୍କ ମଧ୍ୟରୁ 150 ଜଣ ନିଜ ପ୍ଳାଜମା ଦାନ କରିବେ ବୋଲି ସହମତି ପ୍ରକାଶ କରିଥିବାବେଳେ ଆଗାମୀ 7 ଦିନ ଭିତରେ ଅନ୍ୟମାନଙ୍କୁ କୋଭିଡ 19 ରୋଗୀ ପ୍ଳାଜମା ଥେରାପି ମାଧ୍ୟମରେ ସୁସ୍ଥ ପାଇଁ ନିଜ ପ୍ଳାଜମା ଦାନ କରିବା ପାଇଁ ସଚେତନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା।