ଓଡିଶା

odisha

ETV Bharat / state

ମନରେଗାରେ ମିଳିଲାନି ମଜୁରୀ ଟଙ୍କା, ଗ୍ରାମବାସୀଙ୍କ ପ୍ରତିବାଦ

ମନରେଗା ଯୋଜନାରେ ମଜୁରୀ ଟଙ୍କା ନପାଇ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ମିରିଗିନୋଡ଼ିର ଶତାଧିକ ଗ୍ରାମବାସୀ ସୋମବାର ଏକ ରାଲିରେ ଆସି କରଞ୍ଜିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଅଧିକ ପଢନ୍ତୁ...

By

Published : Feb 4, 2020, 2:56 AM IST

ମନରେଗାରେ ମିଳିଲାନି ମଜୁରୀ ଟଙ୍କା, ଗ୍ରାମବାସୀଙ୍କ ପ୍ରତିବାଦ
ମନରେଗାରେ ମିଳିଲାନି ମଜୁରୀ ଟଙ୍କା, ଗ୍ରାମବାସୀଙ୍କ ପ୍ରତିବାଦ

ରାଇରଙ୍ଗପୁର: ମନରେଗା ଯୋଜନାରେ ମଜୁରୀ ଟଙ୍କା ନ ପାଇ ଅଭିନବ ଉପାୟରେ ପ୍ରତିବାଦ କଲେ ପଞ୍ଚାୟତବାସୀ। ମିରିଗିନୋଡ଼ି ଗ୍ରାମର ଶତାଧିକ ଗ୍ରାମବାସୀ ଏ ନେଇ ସୋମବାର ବ୍ଳକ ସମ୍ମୁଖରେ ଖଟ ପଟିଆ ପକାଇ ପ୍ରତିବାଦ କରିବା ସହିତ ଆଦିବାସୀ ପାରମ୍ପରିକ ନାଚଗୀତ ସହିତ ହାଣ୍ଡିଆ, ରଶି ବ୍ଲକ ଗେଟ ସମ୍ମୁଖରେ ପିଉଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ସେହିପରି ତାଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ବ୍ଳକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ଗ୍ରାମବାସୀ ସୂଚନା ଦେଇଛନ୍ତି।

ମନରେଗାରେ ମିଳିଲାନି ମଜୁରୀ ଟଙ୍କା, ଗ୍ରାମବାସୀଙ୍କ ପ୍ରତିବାଦ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ମିରିଗିନୋଡ଼ିର ଶତାଧିକ ଗ୍ରାମବାସୀ ଏକ ରାଲିରେ ଆସି କରଞ୍ଜିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଘେରାଉ କରିଥିଲେ। କରଞ୍ଜିଆ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ ଏକ ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି ମଜୁରୀ ଟଙ୍କା ବର୍ତ୍ତମାନ ସୁଦ୍ଧା ମିଳିନଥିବାରୁ ଏହି ପ୍ରତିବାଦ କରିଛନ୍ତି । ସେହିପରି କରଞ୍ଜିଆ ବ୍ଲକରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବିନା ପଲ୍ଲୀସଭା ଗ୍ରାମସଭାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଇଚ୍ଛା ଅନୁସାରେ ହେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ପଞ୍ଚାୟତବାସୀ ।

ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଗୋଷ୍ଠୀ ଉନୟନ ଅଧିକାରୀ ଚଞ୍ଚକତା କରି ପ୍ରକଳ୍ପ କାର୍ଯ୍ୟ ନିଜ ପାଖ ଲୋକଙ୍କୁ କରାଉଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତ ବାସୀ । ସେହିପରି ହିତାଧିକାରୀ ମାନଙ୍କୁ ହକ ପ୍ରାପ୍ୟ ଟଙ୍କା ଦୀର୍ଘ ଦିନରୁ ପ୍ରଦାନ ନ କରିବା ପରିତାପର ବିଷୟ । ତେବେ ଏ ସମ୍ପର୍କରେ କରଞ୍ଜିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କରି ଘଟଣା ସମ୍ପର୍କରେ ବୁଝି ପଚାରିବାରୁ ସେ ଖୁବ ଶୀଘ୍ର ସମାଧାନ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details