ବାରିପଦା: ପଡ଼ୋଶୀ ବାଲେଶ୍ଵର ଓ କେନ୍ଦୁଝର ଜିଲ୍ଲାରେ ଏକାଧିକ କୋରୋନା ପଜିଟିଭ ଚିହ୍ନଟ ପରେ ମୟୂରଭଞ୍ଜ ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚେକିଂକୁ ଜୋରଦାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ କୋରୋନା ପଜିଟିଭ ଚିହ୍ନଟ ହୋଇ ନ ଥିବା ବେଳେ ସତର୍କତା ପଦକ୍ଷେପ ସ୍ବରୂପ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସୀମାକୁ ସଂପୂର୍ଣ୍ଣ ସିଲ କରାଯାଇଛି ।
ମୟୂରଭଞ୍ଜ ଜିଲ୍ଲାର ସୀମାକୁ ଲାଗିରହିଥିବା ପଶ୍ଚିମବଙ୍ଗ ଓ ଦୁଇ ପଡୋଶୀ ଜିଲ୍ଲା ବାଲେଶ୍ଵର ଓ କେନ୍ଦୁଝରରେ କୋରୋନା ଭୂତାଣୁ ଚିହ୍ନଟ ହୋଇଛନ୍ତି । ତେଣୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ବେଶ ସତର୍କତା ଅବଲମ୍ବନ କରିଛି । ସେଥିପାଇଁ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ବରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ବାରିପଦା ଟାଉନ ଥାନା ଅଧିକାରୀ ସହଯୋଗରେ ବାରିପଦାରେ ଜୋରଦାର ପେଟ୍ରୋଲିଂ କରାଯାଇଛି ।