ଓଡିଶା

odisha

By

Published : Jan 18, 2021, 7:58 PM IST

ETV Bharat / state

ଓଡ଼ିଶାରେ ମୋଦି ନମ୍ବର-ୱାନ, ଧନ୍ୟବାଦ ଜଣାଇଲା ମୟୂରଭଞ୍ଜ ଜିଲ୍ଲା ବିଜେପି

ଓଡିଶାବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁ ଅଧିକ ପସନ୍ଦ କରନ୍ତି । ପ୍ରାୟ ୯୧ ପ୍ରତିଶତ ଜନସାଧାରଣ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କୁ ଓ ତାଙ୍କ କାର୍ଯ୍ୟଧାରାକୁ ପସନ୍ଦ କରୁଛନ୍ତି।

ଧନ୍ୟବାଦ ଜଣାଇଲା ଜିଲ୍ଲା ବିଜେପି
ଧନ୍ୟବାଦ ଜଣାଇଲା ଜିଲ୍ଲା ବିଜେପି

ବାରିପଦା: ଓଡିଶାରେ ମୋଦି ଅଧିକ ଲୋକପ୍ରିୟ। ଓଡିଶାର ୯୧ପ୍ରତିଶତ ଜନସାଧାରଣ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କୁ ଓ ତାଙ୍କ କାର୍ଯ୍ୟଧାରାକୁ ପସନ୍ଦ କରୁଛନ୍ତି। ତେବେ ଏନେଇ ମୟୁରଭଞ୍ଜ ଜିଲ୍ଲାର ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି।

ଧନ୍ୟବାଦ ଜଣାଇଲା ଜିଲ୍ଲା ବିଜେପି

ବାରିପଦାରେ ଜିଲ୍ଲା ବିଜେପି ପକ୍ଷରୁ ଓଡିଶାବାସୀଙ୍କୁ ଧନ୍ୟବାଦ ଦିଆଯାଇଛି। ଓଡିଶାବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁ ଅଧିକ ପସନ୍ଦ କରନ୍ତି । ବାରିପଦା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିକର୍ମୀମାନେ ମିଠା ବଣ୍ଟନ କରିବା ସହ ଓଡିଶାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି।

ଜାତୀୟ ଗଣମାଧ୍ୟମ ନ୍ୟୁଜର ମୁଡ ଅଫ ଦ ନେସନ ସର୍ଭେରେ ଏହି ତଥ୍ୟ ସାମ୍ନାକୁ ଆସିଛି। କୋରୋନା କାଳରେ ଅର୍ଥନୈତିକ ସଙ୍କଟ ଓ ଚାଷୀଙ୍କ ଆନ୍ଦୋଳନ ଭିତରେ ମଧ୍ୟ ଏବର୍ଷର ପ୍ରଥମ ରାଜନୈତିକ ସର୍ଭେରେ ମୋଦି ନିଜ ଲୋକପ୍ରିୟତାକୁ ଅକ୍ଷୁର୍ଣ୍ଣ ରଖିଛନ୍ତି।

ମୋଦିଙ୍କ ମିଶନ ପୁର୍ବୋଦୟର ଅଂଶ ସ୍ବରୁପ କେନ୍ଦ୍ର ସରକାର ଓଡିଶାକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ତେବେ ମୋଦିଙ୍କ ଫୋକସରେ ପୂର୍ବ ଭାରତ ଥିବାବେଳେ ଓଡିଶାର ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ ପାଇଁ ସେ ସଦା ସହାୟତା ପ୍ରଦାନ କରୁଛନ୍ତି। ଫନି ଓ ଅମ୍ଫାନ ଭଳି ମହାବାତ୍ୟାର ମୁକାବିଲା, କୋରୋନା ବିରୁଦ୍ଧରେ ଲଢେଇ ବା ରାଜ୍ୟରେ ଶିଳ୍ପ ତଥା ରେଳ ଏବଂ ଅନ୍ୟାନ୍ୟ ବିଭାଗରେ ବିକାଶ ପାଇଁ ସେ ସମସ୍ତ ପ୍ରକାର ସହାୟତାପ୍ରଦାନ କରିଆସୁଛନ୍ତି।

ରେଳ, ରାସ୍ତା ଓ ଗରିବ କଲ୍ୟାଣ ଯୋଜନାରେ ବି ଓଡିଶା ବେଶ ଲାଭ ପାଇଛି । ଏଥିସହିତ ରାଜ୍ୟର କୃଷିକ୍ଷେତ୍ରରେ ବିକାଶ ପାଇଁ ମଧ୍ୟ ସେ ସହାୟତା ଯୋଗାଇ ଆସୁଛନ୍ତି। ତେଣୁ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତାର ଗ୍ରାଫ ଓଡିଶାରେ ଢେର ଅଧିକ। ମୋଦିଙ୍କ କାମରେ ୯୧ପ୍ରତିଶତ ଓଡିଶାବାସୀ ଖୁସି ଜାହିର କରିଛନ୍ତି। ଏନେଇ ଜିଲ୍ଲା ବିଜେପି ପକ୍ଷରୁ ଏହାର ଶ୍ରେୟ ଓଡିଶାବାସୀଙ୍କୁ ଦେବା ସହିତ ଖୁସି ବ୍ୟକ୍ତ କରିଛନ୍ତି।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details