ବାରିପଦା: ଜିଲ୍ଲାରେ ସିପିଏଲ ପରେ ଆରମ୍ଭ ହେବାକୁ ଯାଉଛି ବିସିପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି, ଜିଲ୍ଲା ଆଥେଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ କିଶୋର କୁମାର ବିଶ୍ବାଳ । ଜିଲ୍ଲାରେ ସିପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ 5ମ ସଂସ୍କରଣ ହୋଇଥିବା ବେଳେ, ବିସିପିଏଲ ୩ୟ ଥର ପାଇଁ ଆୟୋଜିତ ହେଉଛି ।
ସିପିଏଲ ଟୁର୍ଣ୍ଣାମେଣ୍ଟରେ ମୋଟ 9ଟି ଟିମ ଭାଗ ନେଇଛନ୍ତି । ମାର୍ଚ୍ଚ 1ରୁ ସିପିଏଲ ମ୍ୟାଚ ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ୧୫ ରେ ଫାଇନାଲ ମ୍ୟାଚ ଖେଳାଯିବ। ବିସିପିଏଲରେ ୫ ଟି ଟିମ ଭାଗ ନେବେ ବୋଲି କହିଛନ୍ତି ସାଧାରଣ ସମ୍ପାଦକ । ବିସିପିଏଲରେ ପ୍ରତିଦିନ ୩ଟି ମ୍ୟାଚ ଖେଳାଯିବ । ବିସିପିଏଲ ମାର୍ଚ୍ଚ ୧୭ ରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଶେଷ ମ୍ୟାଚ ଗୁଡିକ ଦିବାରାତ୍ର ମ୍ୟାଚ ହେବ ।