ଓଡିଶା

odisha

ETV Bharat / state

ଲଘୁଚାପ ଯୋଗୁଁ ବର୍ଷା ଆଶଙ୍କା, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ଜିଲ୍ଲା ପ୍ରଶାସନ ପକ୍ଷରୁ ବସିଥିଲା ପ୍ରସ୍ତୁତି ବୈଠକ । ଅଧିକ ପଢନ୍ତୁ

ଲଘୁଚାପ ଯୋଗୁଁ ବର୍ଷା ଆଶଙ୍କା, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ
ଲଘୁଚାପ ଯୋଗୁଁ ବର୍ଷା ଆଶଙ୍କା, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

By

Published : Aug 20, 2022, 12:34 PM IST

Updated : Aug 20, 2022, 12:47 PM IST

ବାରିପଦା: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି । ବର୍ଷା ଯୋଗୁଁ ବିଭିନ୍ନ ସତର୍କତାମୂଳ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଛି ।

ଲଘୁଚାପ ଯୋଗୁଁ ବର୍ଷା ଆଶଙ୍କା, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ଲଘୁଚାପକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବସିଥିଲା ଏହି ବୈଠକ । ବୈଠକରେ ଆରକ୍ଷୀ ଅଧୀକ୍ଷକ ଋଷିକେଶ ଦ୍ୟାନଦେଓ ଖିଲାରୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରୁଦ୍ର ନାରାୟଣ ମହାନ୍ତି, ହେମନ୍ତ କୁମାର ସିଂ, ଉପଜିଲ୍ଲାପାଳ ଅନ୍ୟା ଦାସ, ଡିଏଫଓ ସନ୍ତୋଷ ଯୋଶୀ ପ୍ରମୁଖ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।

ବୈଠକରେ ଜିଲ୍ଲାପାଳ ଭରଦ୍ବାଜ ସମ୍ଭାବ୍ୟ ପ୍ରବଳ ବର୍ଷା ଆଶଙ୍କା ଦୃଷ୍ଟିରେ ରଖି ବିପର୍ୟ୍ୟୟ ପରିଚାଳନା ନିୟମ ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ ଆନୁସଙ୍ଗିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ପୂର୍ବକ ସଜାଗ ରହି ପରିସ୍ଥିତିର ମୁକାବିଲା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଲଘୁଚାପ ଯୋଗୁଁ ପାଣିପାଗ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି କରାଯାଇଛି ।

ଇଟିଭି ଭାରତ, ମୟୂରଭଞ୍ଜ

Last Updated : Aug 20, 2022, 12:47 PM IST

ABOUT THE AUTHOR

...view details