ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ଜିଲ୍ଲାରୁ 120ଟି ନୂଆ କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୧୭ ରେ ପହଞ୍ଚିଛି । ସେଥିମଧ୍ୟରୁ ୭୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୮୬ ଟି ସକ୍ରିୟ ମାମଲା ରହିଛି । ସେହିପରି ଜିଲ୍ଲାରେ ଦୁଇ ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି।
ତେବେ ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୨୦ ଜଣଙ୍କ ମଧ୍ୟରୁ ୬ ଜଣ କ୍ବାରେଣ୍ଟାଇନ ସେଣ୍ଟର, ୧୦୬ ଜଣ ସ୍ଥାନୀୟ ଅଞ୍ଚଳ ଏବଂ ୮ ଜଣ କୋଭିଡ ଯୋଦ୍ଧା ରହିଛନ୍ତି । ୧୨୦ ଜଣଙ୍କ ମଧ୍ୟରୁ ଜିବି ନଗର, ଶୁକୃଳି, ମରୋଡା, ବିଜାତଳା, ବଦଳଦା, ତିରିଂ,ବିଶୋଇ ବ୍ଲକ ରୁ ଜଣେ ଲେଖାଏଁ । ଶୁଳିଆପଦା, ଉଦଳା ବ୍ଲକରୁ ଦୁଇ ଜଣ ଲେଖାଏଁ, ରାଇରଙ୍ଗପୁର, ଖୁଣ୍ଟା, ବାରିପଦା, ବ୍ଲକ ଏବଂ ଉଦଳା ଏନଏସିରୁ ତିନି ଜଣ ଲେଖାଏଁ, ଠାକୁରମୁଣ୍ଡାରୁ ଚାରିଜଣ , ଜଶିପୁର, ସାରସକଣା, ବଙ୍ଗରିପୋଷି, ବେତନଟୀରୁ ପାଞ୍ଚ ଜଣ ଲେଖାଏଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରରୁଆଁ, କରଞ୍ଜିଆରୁ ଛଅ ଜଣ ଲେଖାଏଁ, ଜମଦା, କପ୍ତିପଦା, କୁଳିଅଣା, ବଡ଼ସାହି, ବାରିପଦା ସହରରୁ ସାତଜଣ ଲେଖାଏଁ, ରାସଗୋବିନ୍ଦପୁରରୁ ଆଠ ଜଣ, କୁସୁମୀରୁ ୧୫ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।