ରାଇରଙ୍ଗପୁର:ବିଦେଶ ଯିବେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମହାସଂଘର ସଭାନେତ୍ରୀ । ଆସନ୍ତା ୧୫ ତାରିଖରେ ରାଜ୍ୟ ସରକାରଙ୍କୁ ପକ୍ଷରୁ ଏସଏଚଜି ମହାସଂଘର ୧୦ ଜଣ ସଭାନେତ୍ରୀଙ୍କୁ ଦୁବାଇ ପଠାଯିବ । ଯାହାଙ୍କ ମଧ୍ୟରେ ରହିଛନ୍ତି ମୟୂରଭଞ୍ଜ ଜିଲ୍ଲାର ଏସଏଚଜି ମହାସଂଘ ସଭାନେତ୍ରୀ ବିଷ୍ଣୁପ୍ରିୟା ଦାସ । ୧୦ ଜଣଙ୍କ ମଧ୍ୟରେ ସେ ମଧ୍ୟ ବିଦେଶ ଯିବେ ବୋଲି ସ୍ଥିର ହୋଇଛି । ଏଥିପାଇଁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ବିଷ୍ଣୁ ପ୍ରିୟାଙ୍କୁ ନିଜ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିଛନ୍ତି ଓ ତାଙ୍କ ଯାତ୍ରାର ସଫଳତା କାମନା କରିଛନ୍ତି ।
ସୂଚନା ମୁତାବକ, ଓଡ଼ିଶାର ମିଶନ ଶକ୍ତି ବିଭାଗ ପକ୍ଷରୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ୧୦ ଜଣ ସଭାନେତ୍ରୀ ବିଦେଶ ଯିବା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହି କାର୍ଯ୍ୟକ୍ରମ ଅନୁସାରେ ମୟୂରଭଞ୍ଜ ଜିଲ୍ଲାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମହାସଂଘର ସଭାନେତ୍ରୀ ବିଷ୍ଣୁ ପ୍ରିୟା ଦାସଙ୍କୁ ଦୁବାଇ ଯିବା ପାଇଁ ସ୍ଵୀକୃତି ମିଳିଛି । ମହିଳାମାନଙ୍କୁ ଉତ୍ସାହିତ କରିବା ପାଇଁ ସାରା ଓଡିଶାରୁ ୧୦ ଜଣ ମହିଳାଙ୍କୁ ବଛାଯାଇଛି । ସେଥିମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ବିଷ୍ଣୁ ପ୍ରିୟା ଦାସ ମଧ୍ୟ ରହିଛନ୍ତି । ଚଳିତ ମେ' ମାସ ୧୫ ତାରିଖ ଦିନ ୧୦ ଜଣ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଭୁବନେଶ୍ବରୁ ଦୁବାଇ ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ମିଳିଛି ।
ଏହାମଧ୍ୟ ପଢନ୍ତୁ: President Speech Power Outage: ରାଜ୍ୟପାଳଙ୍କୁ ରିପୋର୍ଟ ପ୍ରଦାନ କଲେ କୁଳପତି