ଓଡିଶା

odisha

ETV Bharat / state

Mayurbhanj Bandh; ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ, ଆନ୍ଦୋଳନକାରୀଙ୍କୁ ଉଠାଇ ନେଲା ପୋଲିସ - ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ

ସାନ୍ତାଳୀ, ମୁଣ୍ଡାରୀ, ହୋ ଭାଷାକୁ ଓଡ଼ିଶାର ଦ୍ବିତୀୟ ରାଜ୍ୟ ଭାଷା ମାନ୍ୟତା ସହିତ ସାନ୍ତାଳୀକୁ ଭାଷାଗତ ସଂଖ୍ୟାଲଘୁ ମାନ୍ୟତା ଦାବି କରି ଆଜି (ସୋମବାର) 12ଘଣ୍ଟିଆ ବନ୍ଦ (Mayurbhanj Bandh) ଡାକିଛି ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ । ଅଧିକ ପଢନ୍ତୁ

ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ
ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

By

Published : Nov 29, 2021, 2:18 PM IST

ବାରିପଦା:ସାନ୍ତାଳୀ, ମୁଣ୍ଡାରୀ, ହୋ ଭାଷାକୁ ଓଡ଼ିଶାର ଦ୍ବିତୀୟ ରାଜ୍ୟ ଭାଷା ମାନ୍ୟତା ସହିତ ସାନ୍ତାଳୀକୁ ଭାଷାଗତ ସଂଖ୍ୟାଲଘୁ ମାନ୍ୟତା ଦାବି କରି ଆଜି (ସୋମବାର) 12ଘଣ୍ଟିଆ ବନ୍ଦ ଡାକିଛି ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ(Mayurbhanj Adivasi Students Association) । ଜିଲ୍ଲା ବାରିପଦା ସହରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିନାହିଁ । ହେଲେ ରାଇରଙ୍ଗପୁରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ।

ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

ବାରିପଦା ସହରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିନାହିଁ । ସଂଗଠନ ପକ୍ଷରୁ ୧୮ ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ସମୟରେ ପୋଲିସ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛନ୍ତି । ଅନ୍ୟପକ୍ଷରେ ବାରିପଦା ସହରରୁ ବସ ଚଳାଚଳ ବନ୍ଦ ରହିଥିବା ବେଳେ ଟ୍ରକ ଓ ଅନ୍ୟାନ୍ୟ ଚାରିଚକିଆ ଯାନବାହାନ ଚଳାଚଳ ହେଉଥିବା ଦେଖିବାକୁ ମିଳିଛି । ବାରିପଦା, ଉଦଳା ଓ ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଖୋଲା ରହିଛି । ବନ୍ଦର ପ୍ରଭାବ ବାରିପଦା ଉପକଣ୍ଠରେ ଦେଖିବାକୁ ମିଳିନାହିଁ । ୧୨ ଘଣ୍ଟିଆ ବନ୍ଦ ସାନ୍ତାଳୀ, ମୁଣ୍ଡାରୀ, ହୋ ଭାଷାକୁ ଓଡ଼ିଶାର ଦ୍ବିତୀୟ ରାଜ୍ୟ ଭାଷା ମାନ୍ୟତା ଦାବିରେ ମାସା(MASA) ପକ୍ଷରୁ ବନ୍ଦ ପାଳନ ସମୟରେ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି ପୋଲିସ ।

ଆଦିବାସୀ ଛାତ୍ର ସଂଗଠନ (MASA) ପକ୍ଷରୁ ୩ ଦଫା ଦାବି ନେଇ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯିବା ଅବସରରେ ଶାନ୍ତିପୂର୍ଣ୍ଣ ରାଇରଙ୍ଗପୁର ବନ୍ଦ ପାଳନ କରାଯାଉଛି । ରାଇରଙ୍ଗପୁର ଉପଖଣ୍ଡରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଦୋକାନ ବଜାର ବନ୍ଦ ରହିଛି । ଆଗକୁ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଜୋରଦାର କରାଯିବା ନେଇ ଚେତାବନୀ ଦେଇଛି ମାସା । ତେବେ ବନ୍ଦ ପ୍ରଭାବରେ ରାଇରଙ୍ଗପୁର ସହରରେ ଦୋକାନ ବଜାର, ପେଟ୍ରୋଲ ପମ୍ପ, ଗାଡି ମଟର ଚଳାଚଳ ବନ୍ଦ ରହିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଓ ରାଇଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details