ଓଡିଶା

odisha

ETV Bharat / state

ମେଳା ଦେଖିବା ହେଲା କାଳ, ଭାଲୁ ଆକ୍ରମଣରେ ଯୁବକ ଗୁରୁତର - man injured in bear attack at mayurbhanj

ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମ ନିକଟସ୍ଥ ଜଙ୍ଗଲ ରାସ୍ତାରେ ମେଳା ଦେଖିବାକୁ ଯାଇ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର ।

ମେଳା ଦେଖିବା ହେଲା କାଳ, ଭାଲୁ ଆକ୍ରମଣରେ ଯୁବକ ଗୁରୁତର
ମେଳା ଦେଖିବା ହେଲା କାଳ, ଭାଲୁ ଆକ୍ରମଣରେ ଯୁବକ ଗୁରୁତର

By

Published : Feb 26, 2021, 11:05 AM IST

ରାଇରଙ୍ଗପୁର: ମେଳା ଦେଖିବାକୁ ଯାଇ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମ ନିକଟସ୍ଥ ଜଙ୍ଗଲ ରାସ୍ତାରେ ।

ମେଳା ଦେଖିବା ହେଲା କାଳ, ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ସୂଚନାନୁଯାୟୀ, ଗୁରୁବାର ସନ୍ଧ୍ୟାରେ ପୁରୁଣାପାଣି ଗ୍ରାମର ବିଶ୍ବନାଥ ନାଏକ ଉକାମ ଗ୍ରାମକୁ ମେଳା ଦେଖିସାରି ଏକ ସାଇକେଲ ଯୋଗେ ଘରକୁ ଫେରୁଥିଲେ। ତେବେ ଜଙ୍ଗଲ ରାସ୍ତା ଦେଇ ଯାଉଥିବା ସମୟରେ ହଠାତ୍ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ଭାଲୁ ଆକ୍ରମଣରେ ତାଙ୍କ ବାମ ଗୋଡ଼ଟି ଭାଙ୍ଗି ହାଡ଼ ବାହାରି ଯାଇଥିଲା । ଫଳରେ ରକ୍ତାକ୍ତ ଓ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ବାରିପଦା ପିଆରଏମ ସ୍ଥାନାନ୍ତର କରିଥିଲେ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details