ଓଡିଶା

odisha

ETV Bharat / state

ଗମନାଗମନ ତଥ୍ୟ ଲୁଚାଇ ଫସିଲେ ବିଦେଶ ଫେରନ୍ତା - ଭାଇରସ ସଂକ୍ରମଣ

ଆବୁଧାବିରୁ ଆସି ତଥ୍ୟ ଲୁଚାଇ ବାଲେଶ୍ଵର ଜିଲ୍ଲା ରୁପ୍ସା ଅଞ୍ଚଳର ଜଣେ ଯୁବକ ବାରିପଦା ବେଲଗଡ଼ିଆ ଅଞ୍ଚଳରେ ଲୁଚି ରହିଥିଲେ। ଓକିଲ ଖାନଙ୍କ ନାମରେ ମାମଲା ରୁଜୁ ହେବା ପରେ ବାରିପଦା ପୋଲିସ ତାଙ୍କୁ ଥାନାକୁ ଆଣି ପଚରାଉଚରା ଜାରି ରଖିଛି। ଅଧିକ ପଢନ୍ତୁ...

man detained for hiding travel history,  hiding travel history, ଗମନାଗମନ ତଥ୍ୟ ଲୁଚାଇ ଫସିଲେ ବିଦେଶ ଫେରନ୍ତା, travel history, ଭାଇରସ ସଂକ୍ରମଣ, ମୟୂରଭଞ୍ଜ ଖବର
ଗମନାଗମନ ତଥ୍ୟ ଲୁଚାଇ ଫସିଲେ ବିଦେଶ ଫେରନ୍ତା

By

Published : Apr 5, 2020, 9:34 AM IST

ମୟୁରଭଞ୍ଜ: କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ଦେଶକୁ ଲକଡାଉନ ଘୋଷଣା କରାଯାଇଛି । ଅନ୍ୟପକ୍ଷରେ କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ତେବେ ବିଦେଶରୁ ଆସୁଥିବା ନାଗରିକମାନଙ୍କ ପ୍ରତି ସ୍ବତନ୍ତ୍ର ନଜର ରଖିଛି ପ୍ରଶାସନ । ଅନ୍ୟପଟେ ବିଦେଶରୁ ଆସିବା ପରେ ପ୍ରଶାସନ ସହ ଯୋଗାଯୋଗ ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଗମନାଗମନ ତଥ୍ୟ ଲୁଚାଇ ଫସିଲେ ବିଦେଶ ଫେରନ୍ତା

ତେବେ ମାର୍ଚ୍ଚ ୧୧ ତାରିଖରୁ ଆବୁଧାବିରୁ ଆସି ନିଜ ଗମନାଗମନ ତଥ୍ୟ ସରକାରଙ୍କୁ ପ୍ରଦାନ ନକରି ଆଇନ ଉଲଂଘନ କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ବାରିପଦା ଟାଉନ ଥାନାରେ ମାମଲା ରୁଜୁ କରାଯାଇଛି । ବ୍ୟକ୍ତି ଜଣକ ବାଲେଶ୍ଵର ଜିଲ୍ଲା ରୁପ୍ସା ଅଞ୍ଚଳର। ତେବେ ସେ ବର୍ତ୍ତମାନ ବାରିପଦା ବେଲଗୋଡ଼ିଆ ଅଞ୍ଚଳର ଜଣଙ୍କ ଘରେ ଲୁଚି ରହିଥିବା ଅଭିଯୋଗରେ ବାରିପଦା ତହସିଲଦାରଙ୍କ ଲିଖିତ ଅଭିଯୋଗ ପରେ ବାରିପଦା ପୋଲିସ ତାଙ୍କୁ ଅଧିକ ପଚରାଉଚରା ଜାରି ରଖିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details