ବାରିପଦା: ପାରିବାରିକ କଳହର କରୁଣ ପରିଣତି । ସାମାନ୍ୟ ବଚସାରୁ ଗଡିଲା ମୁଣ୍ଡ, କକାକୁ ହତ୍ୟା କରି ଗଛରେ ଝୁଲାଇ ଦେଲେ ଭଣଜା ଓ ପୁତୁରା । ଏନେଇ ଥାନାରେ ଅଭିଯୋଗ ପରେ ଉଭୟଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ଏଭଳି ଅଭାବନୀୟ ଘଟଣା ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ସାନବ୍ରାହ୍ମନମରା ଗ୍ରାମରେ ।
କକାକୁ ହତ୍ୟା କରି ଗଛରେ ଝୁଲାଇ ଦେଲେ ଭଣଜା-ପୁତୁରା !
ବାରିପଦା ସଦରଥାନା ସାନବ୍ରାହ୍ମଣମରା ଗ୍ରାମରେ ଚାଞ୍ଚଲ୍ୟ । କକାକୁ ହତ୍ୟା ପରେ ପୁତୁରା ଓ ଭଣଜା ଗଛରେ ଟାଙ୍ଗି ଥିବା ଥାନାରେ ଅଭିଯୋଗ । ଅଧିକ ପଢନ୍ତୁ
ମିଳିଥିବା ସୂଚନା ଅନୁଯାୟୀ, ଗତ ଶୁକ୍ରବାର ରାତିରେ ପରିବାରରେ କୌଣସି କାରଣରୁ କଳହ ହେବାରୁ ପଥରଚକୁଳି ଗ୍ରାମର ରତିକାନ୍ତ ଭକ୍ତାଙ୍କୁ ତାଙ୍କ ପୁତୁରା ଓ ଭଣଜା ହତ୍ୟା କରି ଗଛରେ ଝୁଲାଇ ଦେଇଥିଲେ । ଏପରିକି ଉଭୟ ଏହାକୁ ଏକ ଆତ୍ମହତ୍ୟାରେ ରୂପ ଦେଉଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଦାର କରି ପୁତୁରା ଓ ଭଣଜାକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି । ସାଇଣ୍ଟିଫିକ ଟିମ ସହାୟତାରେ ସଦର ଥାନା ପୋଲିସ ତଦନ୍ତ ଜାରି ରଖିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ପୋଲିସ ତରଫରୁ କିଛି ସୂଚନା ହସ୍ତଗତ ହୋଇନାହିଁ ।