ଓଡିଶା

odisha

ETV Bharat / state

ଭଡାଘରୁ ସର୍ବସ୍ବ ଲୁଟିନେଲେ ଚୋର

ଗୁରୁବାର ବିଳମ୍ବିତ ରାତ୍ରିରେ ବାରିପଦା ଟାଉନ ଥାନା ଅଧିନ ୱାର୍ଡ ନଂ12 ର ବସିନ୍ଦା କୃପାନିଧି  ପ୍ରତିହାରୀଙ୍କ ଘରେ ଭଡାରେ ରହୁଥିବା ସୁବ୍ରତ ବିଶ୍ୱାଳଙ୍କ ଘରୁ ଚୋରମାନେ ଝରକା ଭାଙ୍ଗି 5 ଲକ୍ଷ ଟଙ୍କାରୁ ଉର୍ଦ୍ଧ ସମ୍ପତ୍ତି ଲୁଟି ନେଇଛନ୍ତି ।

By

Published : Jun 7, 2019, 3:28 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ମୟୁରଭଞ୍ଜ: ବାରିପଦାରେ ଭଡାଘରୁ ଚୋରି । ଗତ ଗୁରୁବାର ବିଳମ୍ବିତ ରାତ୍ରିରେ ବାରିପଦା ଟାଉନ ଥାନା ଅଧିନ ୱାର୍ଡ ନଂ12ର ବସିନ୍ଦା କୃପାନିଧି ପ୍ରତିହାରୀଙ୍କ ଘରେ ଭଡାରେ ରହୁଥିବା ସୁବ୍ରତ ବିଶ୍ୱାଳଙ୍କ ଘରୁ ଚୋରମାନେ ଝରକା ଭାଙ୍ଗି 5 ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ସମ୍ପତ୍ତି ଲୁଟି ନେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ସୂଚନା ଅନୁଯାୟୀ, ଗତ ଗୁରୁବାର ରାତ୍ରିରେ ଘରଲୋକ ନଥିବା ସମୟରେ ଦୁର୍ବୃତ୍ତମାନେ ଏପରି କାଣ୍ଡ କରିଛନ୍ତି । ତେବେ ଚୋରମାନେ ଘରର ଝରକା ଭାଙ୍ଗି 5 ଲକ୍ଷରୁ ଊର୍ଦ୍ଧ୍ବ ସୁନା ଅଳଙ୍କାର ସହ 50 ହଜାର ଟଙ୍କା ନଗଦ ରାଶି ନେଇଯାଇଛନ୍ତି । ଏପଟେ ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details