ଓଡିଶା

odisha

ETV Bharat / state

ଡକାୟତଙ୍କ କାରନାମା: ମାଗିଲେ ହନୁମାନ ପଇସା, ଲୁଟିନେଲେ ଟଙ୍କା-ଅଳଙ୍କାର - hanuman money

ହନୁମାନ ପାଇସା ପାଇଁ ଡକାୟତି । ମୟୂରଭଞ୍ଜରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟଛି ଘଟଣା ।  ଜଣେ ବ୍ୟକ୍ତିଙ୍କ ଘରେ ହନୂମାନ ପଇସା ଥିବା ସନ୍ଦେହ କରି ୧୦ରୁ  ଊର୍ଦ୍ଧ୍ବ ଡକାୟତ ମୁଖା ପିନ୍ଧି ମାରଣାସ୍ଥ ଦେଖାଇ ଅଳଙ୍କାର ଏବଂ ନଗଦ ଟଙ୍କା ସହିତ ମୋବାଇଲ୍‌ ଲୁଟି ନେଇଛନ୍ତି  ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ମୟୂରଭଞ୍ଜ

By

Published : Jul 10, 2019, 8:41 PM IST

ମୟୂରଭଞ୍ଜ: ହନୁମାନ ପଇସା ପାଇଁ ଡକାୟତି | ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ଘରେ ହନୁମାନ ପଇସା ଥିବା ସନ୍ଦେହ କରି ୧୦ରୁ ଊର୍ଦ୍ଧ୍ବ ଡକାୟତ ମୁଖା ପିନ୍ଧି ମାରଣାସ୍ଥ ଦେଖାଇ ଅଳଙ୍କାର ଏବଂ ନଗଦ ଟଙ୍କା ସହିତ ମୋବାଇଲ୍‌ ଲୁଟି ନେଇଛନ୍ତି | ଏଭଳି ଘଟଣା ଘଟିଛି ଉଦଳା ଥାନା ଅଧୀନ ଝରଣାସାହି ଗ୍ରାମରେ |

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ମୟୂରଭଞ୍ଜ


ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଝରଣାସାହି ଗ୍ରାମର ବୀର ହେମ୍ବ୍ରମଙ୍କ ଘରେ ହନୂମାନ ପଇସା ଥିବା ସନ୍ଦେହ କରି ୧୦ରୁ ଊର୍ଦ୍ଧ୍ବ ଡକାୟତ ମୂହଁରେ ମୂଖା ପିନ୍ଧି ତାଙ୍କ ଘରେ ପଶିଥିଲେ । ଏହାପରେ ବୀରଙ୍କ ପୁଅକୁ କାବୁ କରି ବାନ୍ଧିବା ସହ ମାରଣାସ୍ତ୍ର ଦେଖାଇ ହନୂମାନ ପଇସା ମାଗିଥିଲେ ।

ଡକାୟତ ଏବଂ ବୀରଙ୍କ ପୁଅ ମଧ୍ୟରେ ପାଟିତୁଣ୍ଡ ଶୁଣି ପରିବାର ଲୋକେ ପହଞ୍ଚିବା ପରେ ଡ଼କାୟତମାନେ ତାଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇଥିଲେ । ସମସ୍ତଙ୍କୁ ଡକାୟତମାନେ ହନୁମାନ ପଇସା ମାଗିଥିବା ବେଳେ ହନୁମାନ ପଇସା କାହା ପାଖରେ ନପାଇ ଡକାୟତମାନେ ଘରେ ଥିବା ସୁନା ଅଳଙ୍କାର ସମେତ ନଗଦ ୨୦ ହଜାର ଟଙ୍କା ଏବଂ ୫ ଗୋଟି ମୋବାଇଲ ଲୁଟ୍‌ କରି ଫେରାର ହୋଇଯାଇଥିଲେ |

ଏପଟେ ଖବରପାଇ ଉଦଳା ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି | ତେବେ ତକାୟତମାନେ ଆଦିବାସୀ ଓ ଓଡିଆ ଭାଷାରେ କଥା ହେଉଥିବା ବୀରଙ୍କ ପରିବାର ଲୋକେ କହିଛନ୍ତି । ଏ ସମ୍ବନ୍ଧରେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ |


ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details