ମୟୁରଭଞ୍ଜ : ଉଦଯାପିତ ହେଲା ସ୍ବରତାଳ ମହୋତ୍ସବ । ଶୁକ୍ରବାର ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ନିଚୁଆପଦା ଗାଁରେ ଆରମ୍ଭ ହୋଇଥିବା ସ୍ବର ତାଳ ମହୋତ୍ସବ ଉଦଯାପିତ ହାଇଯାଇଅଛି। ଗତ ତିନିଦିନ ଧରି ଚାଲିଥିବା ଏହି ମୋହତ୍ସବରେ ମୟୁରଭଞ୍ଜ ସାଂସଦ ଇଂଜିନିୟର ବିଶେଶ୍ଵର ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ବତନ୍ତ୍ର ଅତିଥି ଭାବେ ମୟୁରଭଞ୍ଜ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବାରିପଦା ବିଧାୟକ ପ୍ରକାଶ ସରେନ, ବରିଷ୍ଠ ସାମ୍ବାଦିକ ବିଭୁଦତ୍ତ ଦାସ ପ୍ରମୁଖ ଯୋଗଦେଇଥିଲେ।
ସୂଚନାନୁଯାୟୀ, ତିନି ଦିନ ଧରି ଚାଲିଥିବା ଏହି ସ୍ବରତାଳ ମୋହତ୍ସବ-2019 ର ଉଦଯାପନି ଉତ୍ସବରେ ଜିଲ୍ଲାର ଲୋକ ସଂସ୍କୃତି କଳାକାର ଓ ଲୋକକଳା ଗୁରୁ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।