ଓଡିଶା

odisha

ETV Bharat / state

ଲକଡାଉନ ନିୟମ ଉଲ୍ଲଂଘନକାରୀଙ୍କ ବିରୋଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ମୟୂରଭଞ୍ଜ ଜିଲ୍ଲାରେ ଲକ ଡାଉନରେ ସାମିଲ ହୋଇଛନ୍ତି ଜିଲ୍ଲାବାସୀ । ତେବେ ଆଗାମୀ ଦିନରେ ଜିଲ୍ଲାରେ ଲକ ଡାଉନ ନିୟମକୁ କଡାକଡି କରାଯିବ ବୋଲି କହିଛନ୍ତି ଉଭୟ ମୟୂରଭଞ୍ଜ ଜିଲ୍ଲାପାଳ ଏବଂ ଏସ ପି । ଅଧିକ ପଢନ୍ତୁ...

LockDown - Strong action against lawbreakers
ଲକଡାଉନ- ଆଇନ ଉଲଂଘନକାରୀଙ୍କ ବିରୋଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ

By

Published : Apr 7, 2020, 6:22 PM IST

ବାରିପଦା: କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ପୁରା ଦେଶକୁ ୨୧ ଦିନ ପର୍ଯ୍ୟନ୍ତ ଲଗ ଡାଉନ ଘୋଷଣା କରିଛନ୍ତି ସରକାର । ହେଲେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଚିନ୍ତାରେ ଦେଶବାସୀ । ଏପଟେ ମୟୂରଭଞ୍ଜ ଜିଲ୍ଲାରେ ଲକ ଡାଉନରେ ସାମିଲ ହୋଇଛନ୍ତି ଜିଲ୍ଲାବାସୀ । ତେବେ ଆଗାମୀ ଦିନରେ ଜିଲ୍ଲାରେ ଲକ ଡାଉନ ନିୟମକୁ କଡାକଡି କରାଯିବ ବୋଲି କହିଛନ୍ତି ଉଭୟ ମୟୂରଭଞ୍ଜ ଜିଲ୍ଲାପାଳ ଏବଂ ଏସପି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଭୟ ଏସ ଓ ଜିଲ୍ଲାପାଳଙ୍କ ଏକ ଭିଡ଼ିଓ ବାର୍ତ୍ତା ମଧ୍ୟ ଜାରି କରାଯାଇଛି ।

ଲକଡାଉନ ନିୟନ ଉଲ୍ଲଂଘନକାରୀଙ୍କ ବିରୋଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ସମସ୍ତ ଜନସାଧାରଣ ଘରୁ ବାହାରକୁ ନବାହାରି ସାମାଜିକ ଦୂରତା ୨ ମିଟର ଅବଲମ୍ବନ କରିବା ସହ ଦୋକାନୀ ମାନେ ମଧ୍ୟ ନିୟମକୁ ପାଳନ କରିବା ଜରୁରୀ ବୋଲି କୁହାଯାଇଛି। ଯଦି କୌଣସି ଦୋକାନୀ ବା ବ୍ୟବସାୟୀ ନିୟମକୁ ଉଲ୍ଲଂଘନ କରନ୍ତି ତେବେ ସେ ସବୁ ଦୋକାନ ବା ହାଟକୁ ବନ୍ଦ କରାଯିବା ସହ ତୁରନ୍ତ ତାଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୟୂରଭଞ୍ଜ ଜିଲ୍ଲା ଏସ ଏବଂ ଜିଲ୍ଲାପାଳ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details