ରାଇରଙ୍ଗପୁର:ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକର ପ୍ରସିଦ୍ଧ ନେସା ଡ୍ୟାମ କ୍ଷତିଗ୍ରସ୍ତ ହୋଇଛି । ବନ୍ଧହିଡର ମାଟି ଅତଡା ଧସିଯିବାରୁ ବନ୍ୟା ଆଶଙ୍କା ରହିଛି । ଏଣୁ ଖୁବଶୀଘ୍ର ବନ୍ଧ ହିଡ ମରାମତି କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଲଗାଣ ବର୍ଷା ପ୍ରଭାବରେ ବନ୍ଧ ହିଡର ମାଟି ଅତଡା ସହିତ କଂକ୍ରିଟ ଢଳେଇ ମଧ୍ୟ ଧସି ପଡିଛି। ବନ୍ଧହିଡ ମାଟି ଅତଡା ଖସିବା ସହିତ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ବନ୍ଧହିଡ। ଏହି କ୍ଷତିଗ୍ରସ୍ତ ବନ୍ଧହିଡଟିର ତୁରନ୍ତ ମରାମତି ଆବଶ୍ୟକ ନଚେତ ଆଉ ଏକ ବଡଧରଣର ବର୍ଷା ହେଲେ ବନ୍ଧହିଡ ସମ୍ପୂର୍ଣ୍ଣ ଧସି ଯିବାର ଆଶଙ୍କା ରହିଛି । ତେବେ ଯଦି ଡ୍ୟାମର ବନ୍ଧହିଡ ଧସି ଘାଇ ସୃଷ୍ଟି ହୁଏ ତାହେଲେ ଚାଷଜମି ସହିତ ତଳ ଭାଗରେ ଥିବା ବହୁ ଗାଁ ବନ୍ୟାଜଳରେ କ୍ଷତିଗ୍ରସ୍ତ ହେବେ।