ଓଡିଶା

odisha

ETV Bharat / state

ନକଲି ବିଦେଶୀ ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ

ମୟୂରଭଞ୍ଜ ବେତନଟୀ ଅବକାରୀ ବିଭାଗ ଚଢାଉ କରି ବହୁ ପରିମାଣରେ ବିଦେଶୀ ମଦ ଓ ମଦ ପ୍ରସ୍ତୁତ କରିବା ସାମଗ୍ରୀ ଜବତ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅବକାରୀ ବିଭାଗ କାହାକୁ ଗିରଫ କରିନାହିଁ । ଅଧିକ ପଢନ୍ତୁ...........

ଫଟୋ ସୌଜନ୍ୟ : ସମ୍ବାଦଦାତା, ମୟୁରଭଞ୍ଜ

By

Published : Oct 23, 2019, 3:24 PM IST

ବାରିପଦା : ମୟୂରଭଞ୍ଜ ଅବକାରୀ ବିଭାଗକୁ ସଫଳତା । ନକଲି ବିଦେଶୀ ମଦ କାରଖାନା ଠାବ ଏବଂ ମଦ ତିଆରି ସାମଗ୍ରୀ ଜବତ କରିଛି ବେତଟନୀ ଅବକାରୀ ବିଭାଗ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅବକାରୀ ବିଭାଗ ଉଠାଣିନୂଆଗାଁ ଗ୍ରାମରେ ନକଲି ବିଦେଶୀ ମଦ କାରଖାନା ଠାବ କରିଛି ।

ଅବକାରୀ ବିଭାଗ ନକଲି ମଦ ତିଆରି ହେଉଥିବା ଖବର ପାଇ ଉଠାଣିନୂଆଗାଁ ରେ ଚଢ଼ାଉ କରିଥିଲା। ଉଠାଣିନୂଆଗାଁ ଗ୍ରାମର ସୁନୀଲ ପୃଷ୍ଟି ଓ ସୁବାସ ପୃଷ୍ଟି ଘରେ ନକଲି ବିଦେଶୀ ମଦ ତିଆରି ହେଉଥିବା ନେଇ ଅବକାରୀ ବିଭାଗ ଖବର ପାଇ ଚଢ଼ାଉ କରିଥିଲା । ଘରେ ତାଲା ଲାଗିଥିବାବେଳେ ଘରେ କେହି ନ ଥିଲେ । ପୃଷ୍ଟିଙ୍କ ଘରୁ ବିପୁଳ ପରିମାଣରେ ନକଲି ବିଦେଶୀ ମଦ, ବିଭିନ୍ନ ବ୍ରାଣ୍ଡର ମଦ ବୋତଲ, ଖାଲି ବୋତଲ, ଠିପି, ଲେବଲ, ସିଲ, ସ୍ପିରିଟ, ଥିନର ଜବତ କରିଛି ଅବକାରୀ ବିଭାଗ । ତେବେ ଅବକାରୀ ବିଭାଗର ଚଢ଼ାଉବେଳେ ପୃଷ୍ଟିଙ୍କ ଘର ନିକଟରେ ଥିବା ଏକ ଖାତ ଭିତରୁ 5 କେଜି ଗଞ୍ଜେଇକୁ ମଧ୍ୟ ଜବତ କରାଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ମୟୁରଭଞ୍ଜ

ଅବକାରୀ ବିଭାଗ ପକ୍ଷରୁ ଘଟଣାରେ କାହାକୁ ବି ଗିରଫ କରାଯାଇ ନଥିବାବେଳେ ଘରର ସମସ୍ତ ସଦସ୍ୟ ଫେରାର ଅଛନ୍ତି । ଜବତ ସାମଗ୍ରୀ ବେତନଟୀ ଅବକାରୀ ଅଫିସରେ ରଖି ଅଧିକ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details