ଓଡିଶା

odisha

ETV Bharat / state

ଆସନ୍ତା 6 ରେ କଳା ଦିବସ ପାଳିବ କୁଡୁମିସେନା

୧୯୫୬ ମସିହା ସେପ୍ଟେମ୍ବର ୬ ତାରିଖରେ କେନ୍ଦ୍ର ସରକାର କୁଡୁମି ଜାତିକୁ  କୌଣସି କାରଣ ନ ଦର୍ଶାଇ ଏସଟି ତାଲିକାରୁ  ବାଦ ଦେଇଥିଲେ । ତେଣୁ ଆସନ୍ତା ସେପ୍ଟେମ୍ବର ୬ରେ ରାଜ୍ୟ କୁଡୁମିସେନା ପାଳିବ କଳା ଦିବସ ।

ଫଟୋ ସୌଜନ୍ୟ:ପ୍ରତିନିଧି, ରାଇରଙ୍ଗପୁର

By

Published : Aug 26, 2019, 5:47 PM IST

Updated : Aug 26, 2019, 9:53 PM IST

ରାଇରଙ୍ଗପୁର: ଆସନ୍ତା ସେପ୍ଟେମ୍ବର ୬ରେ ରାଜ୍ୟ କୁଡୁମିସେନା ପାଳିବ କଳା ଦିବସ । ଏନେଇ ସୋମବାର ମୟୁରଭଞ୍ଜ ଜିଲ୍ଲା ପାଞ୍ଚପିଢ଼ ଉପଖଣ୍ଡ କରଞ୍ଜିଆ ବାଉନାଶାଳ ନିକଟରେ ଦଳର ସଭାପତି ଜୈମନୀ ମହାନ୍ତଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ କରାଯାଇଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ରାଇରଙ୍ଗପୁର

ପ୍ରକାଶ ଥାଉକି, ୧୯୫୬ ମସିହା ସେପ୍ଟେମ୍ବର ୬ତାରିଖରେ କେନ୍ଦ୍ର ସରକାର କୁଡୁମି ଜାତିକୁ କୌଣସି କାରଣ ନ ଦର୍ଶାଇ ଏସଟି ତାଲିକାରୁ ବାଦ ଦେଇଥିଲେ । ଏଥିଯୋଗୁଁ ସେପ୍ଟେମ୍ବର 6ତାରିଖକୁ ରାଜ୍ୟ କୁଡୁମି ସେନା କଳା ଦିବସ ପାଳନ କରିବା ପାଇଁ ସୋମବାର ଏକ ବୈଠକ ଡାକିଥିଲେ । ଏହି ବୈଠକରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଜିଲ୍ଲା ସଭାପତି ସମ୍ପାଦକମାନେ କରଞ୍ଜିଆ ବାଉନାଶାଳରେ ଏକଜୁଟ ହୋଇଥିଲେ ।

ଏଥିସହ ରାଜ୍ୟର ସମସ୍ତ କୁଡୁମିଜାତି ଆସନ୍ତା ୬ ତାରିଖ ଦିନ ବ୍ଲକ ମୁଖ୍ୟାଳୟରୁ ଦିଲ୍ଲୀ ଦରବାରରେ ନିଜ ଜାତୀଙ୍କ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏହି ଦିନକୁ କଳାଦିବସ ରୂପେ ପାଳନ କରିବ ।

ସେହିପରି ଯେତେଦିନ ପର୍ଯ୍ୟନ୍ତ କୁଡୁମି ଜାତିକୁ ପୁନଃ ST ତାଲିକା ଭୁକ୍ତ କରା ନଯାଇଛି ସେପର୍ଯ୍ୟନ୍ତ ପଲ୍ଲିରୁ ଦିଲ୍ଲୀ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ରାଜ୍ୟ ସଭାପତି ଜୈମନୀ ମହାନ୍ତ ଆହ୍ବାନ ଦେଇ କହିଛନ୍ତି ।


ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Last Updated : Aug 26, 2019, 9:53 PM IST

ABOUT THE AUTHOR

...view details