ଓଡିଶା

odisha

By

Published : Jan 13, 2020, 11:46 PM IST

ETV Bharat / state

କୁଡୁମୀଙ୍କ ନିଆରା ପର୍ବ ‘ଟୁସୁ’

ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ଟୁସୁ ପର୍ବ ପାଳିତ । ପୌଷ ମାସର ଆରମ୍ଭରୁ ଏକ ମାସ ଧରି ଚାଲିଥିବା ଏହି ପର୍ବ ମକର ସଂକ୍ରାନ୍ତିରେ ଉଦଯାପିତ ହୋଇଥାଏ । ଅଧିକ ପଢ଼ନ୍ତୁ..

kudumi tribals of mayurbhaj, celebrates tusu festival,  tusmani the goddess of crops, ଆଦିବାସୀଙ୍କ ନିଆରା ପର୍ବ ଟୁସୁ,  ଶସ୍ୟ ଦେବୀ ଟୁସୁମନି, ପ୍ରକୃତି ପୂଜକ କୁଡୁମୀ
ଆଦିବାସୀଙ୍କ ନିଆରା ପର୍ବ ‘ଟୁସୁ’

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ଡିନି ଟୁସୁ ଥାପନା କାର୍ଯ୍ୟକ୍ରମ ଅନୁଷ୍ଠିତ । ପ୍ରକୃତି ପୂଜକ କୁଡୁମୀ ମାନେ ଟୁସୁମନିଙ୍କୁ ଶସ୍ୟ ଦେବୀ ଭାବେ ଆରାଧନା କରିଥାନ୍ତି ।

କୁଡୁମୀଙ୍କ ନିଆରା ପର୍ବ ‘ଟୁସୁ’

ଏହି ଅବସରରେ ପୌଷ ମାସର ଆରମ୍ଭରୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସମସ୍ତେ ଏକତ୍ରିତ ହୋଇଥାନ୍ତି । ପରମ୍ପରା ଅନୁସାରେ କୁମାରୀ ମାନେ ଟୁସୁ ଦେବୀଙ୍କୁ ଧୂପ ଦୀପ ଦେଇ ବନ୍ଦାପନା କରନ୍ତି। ପୌଷ ମାସରେ ଟୁସୁଦେବୀଙ୍କ ଆରାଧନା ଓ ପାରମ୍ପରିକ ନାଚ ଗୀତରେ ଗାଁ ଗୁଡିକ ଆଧ୍ୟାତ୍ମିକ ଓ ସଦଭାବନାର ବାତାବରଣରେ ଭରି ଯାଏ ।

ପ୍ରତ୍ୟେକ ବର୍ଷ ଡିସେମ୍ବର 15ରୁ ଜାନୁଆରୀ 15 ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ପାରମ୍ପରିକ ରୀତିନୀତି ସହ ଜାକଜମକରେ ଡିନି ଟୁସୁ ଥାପନା କାର୍ଯ୍ୟକ୍ରମ ଚାଲିଥାଏ । ମକର ସଂକ୍ରାନ୍ତି ଦିନ କୁଡୁମୀ ମାନେ ଟୁସୁ ଦେବୀଙ୍କୁ ବିସର୍ଜନ କରିଥାନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details