ଓଡିଶା

odisha

ETV Bharat / state

ମୟୂରଭଞ୍ଜର ନିଆରା ନିଆଁମଡା ଉତ୍ସବ ଉଦଯାପିତ - maa Durga

କଣ ଗ୍ରାମରେ ମା' ଦୁର୍ଗାଙ୍କ ନିଆରା ଉତ୍ସବ ଖନ୍ଦାମଡା ବା ନିଆଁ ମଡା ଉତ୍ସବ ଉଦଯାପିତ ହୋଇ ଯାଇଛି। ଅଧିକ ପଢନ୍ତୁ...

ଦଶହରା ପରଦିନ ମା' ଦୁର୍ଗାଙ୍କ ନିଆରା ପରମ୍ପରା ନିଆଁ ମଡା ଉତ୍ସବ
ଦଶହରା ପରଦିନ ମା' ଦୁର୍ଗାଙ୍କ ନିଆରା ପରମ୍ପରା ନିଆଁ ମଡା ଉତ୍ସବ

By

Published : Oct 17, 2021, 1:41 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ବହଳଦା ବ୍ଲକ ଅନ୍ତର୍ଗତ କଣ ଗ୍ରାମରେ ଖନ୍ଦାମଡା ବା ନିଆଁ ମଡା ଉତ୍ସବ ଉଦଯାପିତ ହୋଇଯାଇଛି । ଗ୍ରାମରେ ଥିବା ମା' ଦୂର୍ଗା'ଙ୍କ ମନ୍ଦିରରେ ଦଶହରା ପର୍ବର ପୂଜା ବିଧି ଅନୁସାରେ ଦୀର୍ଘ ୧୬' ଦିନ ପୂଜାପାଠ କରି ନବରାତ୍ରୀ ଏବଂ ଦଶହରା ପୂଜା କାର୍ଯ୍ୟ ସମ୍ପନ୍ନ ପରେ ବିଜୟା ଦଶମୀର ପରଦିନ ନିଆଁରେ ଚାଲିବା ପର୍ବ ପାଳିତ ହୋଇଥାଏ । ଏହି ଖନ୍ଦା ମଡା ଉତ୍ସବ ଦେଖିବାକୁ ପଡୋଶୀ ଝାଡଖଣ୍ଡ ଅଞ୍ଚଳର ଲୋକଙ୍କ ସହିତ ସ୍ଥାନୀୟ ଅଞ୍ଚଳରୁ ବହୁ ଲୋକଙ୍କ ସମାଗମ ହୋଇଥାଏ । ତେବେ ଏହି ଉତ୍ସବ ବହୁ ପୁରାତନ କାଳରୁ ଅନୁଷ୍ଠିତ ହୋଇ ଆସୁଛି ।

ଦଶହରା ପରଦିନ ମା' ଦୁର୍ଗାଙ୍କ ନିଆରା ପରମ୍ପରା ନିଆଁ ମଡା ଉତ୍ସବ

ନିଃସନ୍ତାନ ଦମ୍ପତ୍ତି, ରୋଗ ବ୍ୟାଧି ତଥା ବିଭିନ୍ନ ସମସ୍ୟାରୁ ମୁକୁଳିବା ଉଦ୍ଦେଶ୍ୟରେ ଏଠାରେ ମା'ଙ୍କ ନିକଟରେ ବିଭିନ୍ନ ଲୋକେ ମାନସିକ ରଖିଥାନ୍ତି । ମାଆଙ୍କ ଉପରେ ଥିବା ପ୍ରଗାଢ ବିଶ୍ବାସ ଅନୁସାରେ ଲୋକଙ୍କ ମନସ୍କାମନା ପୂର୍ଣ୍ଣ ହେଉଥିବା ନେଇ ପ୍ରକାଶ କରିଥାନ୍ତି ସାଧାରଣ ଲୋକେ । ହେଲେ ଏହି ମନ୍ଦିରରେ ମାଆ ଦୂର୍ଗା'ଙ୍କ କୌଣସି ପ୍ରତିମୂର୍ତ୍ତି କିମ୍ବା ଫୋଟ ଚିତ୍ର ପୂଜା ପାଇ ନଥାଏ, ଏଠାରେ ମନ୍ଦିରର କାନ୍ଥରେ ନାଲି ମାଟିର ରଙ୍ଗ ଉପରେ ଅରୁଆ ଚାଉଳ ଗୁଣ୍ଡରେ ଝଟି ଦ୍ବାରା ଅଙ୍କିତ ବୁଇଥ ଚିତ୍ରରେ ମାଆ ଦୂର୍ଗା ପୂଜା ପାଇଥାନ୍ତି।

ତେବେ ପ୍ରତ୍ୟେକ ବର୍ଷ ପରି ଚଳିକ ବର୍ଷ ମଧ୍ୟ ବିଧି ବିଧାନର ସହିତ ପୂଜାପାଠ ଏବଂ ନିତି କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ମନ୍ଦିର ପୂଜକଙ୍କ ସହିତ ଭକ୍ତ ମାନେ ଖଣ୍ଡା ଧରି ନିକଟସ୍ଥ ନଦୀରୁ ଘଟ ଆଣିବାର ନିଆରା ଦୃଶ୍ୟ ଦେଖିବାକୁ ମିଳିଥାଏ। ପାରମ୍ପରିକ ବାଦ୍ୟର ତାଳରେ ଭକ୍ତମାନେ ମା'ଙ୍କ କାଳିସି ପ୍ରଭାବରେ ନୃତ୍ୟ କରୁଥିବା ବେଳେ ଚାବୁକ ମାଡରେ ଶାନ୍ତ ହେବା, କଳି ଗଛର କଣ୍ଟା ଉପରେ ଗଡିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ। ଶେଷରେ ଅପରାହ୍ନ ସମୟରେ ଭକ୍ତ ମାନେ ଅଙ୍ଗାର ନିଆଁ ଉପରେ ଚାଲି ପୂଜାବିଧିର ଶେଷ ପର୍ଯ୍ୟାୟ ସମ୍ପନ୍ନ କରିଥିଲେ।

ରାଇରଙ୍ଗପୁରରୁ ସଞ୍ଜୀବ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details