ଓଡିଶା

odisha

By

Published : Jun 24, 2019, 1:05 AM IST

ETV Bharat / state

ଦୁଇ ଶହ ଦେଇ ପାଞ୍ଚଲକ୍ଷ ଲୁଟ୍, ସିସିଟିଭିରେ ଲୁଟେରା

ଅଭିନବ ଉପାୟରେ ଲୁଟ । ତାବିଜ ନେବା ନାଁରେ ତାଜୁବ କରିଦେଲେ ଦୁଇ ଲୁଟେରା । ଟଙ୍କା ଭିତରେ କେମିକାଲ ଦେଇ ଲୁଟିନେଇଗଲେ ୫ ଲକ୍ଷର ଅଳଙ୍କାର ।

ଫଟୋସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ମୟୂରଭଞ୍ଜ: ଗରାଖ ହୋଇ ଆସିଲେ ଆଉ ଲୁଟେରା ହୋଇ ଲୁଟିନେଲେ । ଏଭଳି ଅଭିନବ ଉପାୟରେ ଲୁଟପାଟ୍ ଘଟିଛି ମୟୂରଭଞ୍ଜର କୁଳିଅଣା ବଜାରରେ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବଜାରରେ ଥିବା ମା’ ତାରିଣୀ ଜୁଏଲର୍ସ ଦୋକାନରୁ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ରବିବାର ଅପରାହ୍ନରେ ୨ ଜଣ ଲୁଟେରା ଗ୍ରାହକ ଭଳି ଆସି ଦୋକାନୀଙ୍କୁ ଏକ ତାବିଜ ମାଗିଥିଲେ । ତାବିଜ ନେବା ପରେ ଦୁଇ ଶହ ଟଙ୍କିଆ ନୋଟ୍‌ ଦୋକାନୀଙ୍କୁ ଦେଇଥିଲେ। ଦୋକାନୀ ଜଣଙ୍କ ନୋଟ ପରଖିବାବେଳେ ତାଙ୍କୁ ଆଉ କିଛି ଦେଖାଯାଇ ନ ଥିଲା । ଠିକ୍ ସେହି ସମୟରେ ଲୁଟେରା ଦ୍ବୟ 6 ଟି ସୁନା ହାର ଓ ରୂପା ଅଳଙ୍କାର ଲୁଟ୍ କରି ଫେରାର ହୋଇଯାଇଥିଲେ ।

ପରେ ଦୋକାନୀ ଗ୍ରାହକ ଦ୍ୱୟ ନଥିବା ଦେଖି ସେ ଶୋ କେସ୍‌ ଯାଞ୍ଚ କରିବାରୁ ସେଥିରେ ୧୫୦ ଗ୍ରାମ ଓଜନର ସୁନା ଗହଣା ନ ଥିବା ଦେଖିଥିଲେ। ଏହାପରେ କୁଳିଅଣା ଥାନା ପୋଲିସକୁ ଖବର ଦିଆଯାଇଥିଲା। ଥାନା ଅଧିକାରୀ କମଳାକାନ୍ତ ଦାସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details