ଓଡିଶା

odisha

ETV Bharat / state

ରାସଗୋବିନ୍ଦପୁର ରେଞ୍ଜରେ ୪୦ ରୁ ଅଧିକ ଝାଡଖଣ୍ଡୀ ହାତୀଙ୍କ ତାଣ୍ଡବ

ଦୀର୍ଘଦିନ ହେବ ପାଖାପାଖି ୪୦ ରୁ ଅଧିକ ଝାଡ଼ଖଣ୍ଡୀ ହାତୀପଲ ରାସଗୋବିନ୍ଦପୁର ରେଞ୍ଜରେ ପଶି ଆତଙ୍କ ଖେଳାଇଛନ୍ତି । ଭାଲିଆଗଡିଆ ଗ୍ରାମର ସୁଭେନ୍ଦୁ ସାହୁଙ୍କ ଫାର୍ମହାଉସରେ ପଶି ଏହି ହାତୀପଲ ବ୍ୟାପକ କ୍ଷୟକ୍ଷତି କରିଥିବା ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ...

ରାସଗୋବିନ୍ଦପୁର ରେଞ୍ଜରେ  ଝାରଖଣ୍ଡି ହାତୀ
ରାସଗୋବିନ୍ଦପୁର ରେଞ୍ଜରେ ଝାରଖଣ୍ଡି ହାତୀ

By

Published : Apr 25, 2021, 12:00 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜରେ ହାତୀଙ୍କ ତାଣ୍ଡବ । ଦୀର୍ଘଦିନ ହେବ ପାଖାପାଖି ୪୦ ରୁ ଅଧିକ ଝାଡ଼ଖଣ୍ଡୀ ହାତୀପଲ ରାସଗୋବିନ୍ଦପୁର ରେଞ୍ଜରେ ପଶି ଆତଙ୍କ ଖେଳାଇଛନ୍ତି । ୪୦ ରୁ ଉର୍ଦ୍ଧ୍ବ ଝାଡ଼ଖଣ୍ଡୀ ହାତୀ ଏବେ ରାସଗୋବିନ୍ଦପୁର ରେଞ୍ଜ ପୂର୍ଣ୍ଣଚନ୍ଦ୍ରପୁର, ଭାଲିଆଗଡିଆ, ବଣକାଟି, ମିର୍ଧପୁର ଆଦି ଗାଁରେ ହାତୀପଲ ଏକର ଏକର ଧାନ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି।

ରାସଗୋବିନ୍ଦପୁର ରେଞ୍ଜରେ ଝାରଖଣ୍ଡି ହାତୀ

ତେବେ ସୂଚନା ଅନୁଯାୟୀ, ଭାଲିଆଗଡିଆ ଗ୍ରାମର ସୁଭେନ୍ଦୁ ସାହୁଙ୍କ ଫାର୍ମହାଉସରେ ପଶି ଏହି ହାତୀପଲ ବ୍ୟାପକ କ୍ଷୟକ୍ଷତି କରିଥିବା ଦେଖିବାକୁ ମିଳିଛି। ୨୩ ଏକର ବିଶିଷ୍ଟ ଏହି ଫାର୍ମହାଉସ ଭିତରେ ହାତୀପଲ ପାମଲିନ୍ ଗଛ , ନଡ଼ିଆ ଗଛ , କାଜୁ, ଆମ୍ବ, ଲେମ୍ବୁ, ଆକାଶୀ ଗଛ ସହିତ ଘର ଓ ପାଣିପମ୍ପ ଭାଙ୍ଗି ବ୍ୟାପକ କ୍ଷୟକ୍ଷତି କରିଛନ୍ତି।

ଅନ୍ୟପକ୍ଷରେ ମହାମାରୀ କୋରୋନା ସମୟରେ ହାତୀ ପଲକୁ ଦେଖିବା ପାଇଁ କୋରୋନା କଟକଣାକୁ ଫୁ କରି ଶହଶହ ଲୋକ ଏକାଠି ଭିଡ ଜମାଇଥିବା ଦେଖିବାକୁ ମିଳିଛି । ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ଆସିଥିବା ଏହି ହାତୀ ପଲକୁ ଘଉଡାଇବା ପାଇଁ ବନ ବିଭାଗ କର୍ମଚାରୀମାନେ ନିୟୋଜିତଥିଲେ ମଧ୍ୟ ହାତୀ ହାତୀ ପଲକୁ ଘଉଡାଇବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି।

ତେବେ ହାତୀଙ୍କ ପାଇଁ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ମଧ୍ୟ ଏସବୁ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ହାତୀ ଘଉଡାଇବା ପାଇଁ ବନ ବିଭାଗ ତରଫରୁ ଟିମ ଗଠନ କରାଯାଇ ହାତୀଙ୍କ ଉପରେ ନଜର ରଖାଯାଇ ହାତୀ ଘଉଡାଇବାକୁ ଚେଷ୍ଟା ଜାରିରହିଛି । ତେବେ ହାତୀଙ୍କ ଦ୍ଵାରା ହୋଇଥିବା କ୍ଷୟକ୍ଷତି ଆକଳନ ପରେ ବନବିଭଗ ତରଫରୁ କ୍ଷତିପୁରଣ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details