ଓଡିଶା

odisha

ETV Bharat / state

ଦିନିକିଆ ମୟୂରଭଞ୍ଜ ଗସ୍ତରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ - cm

ଦିନିକିଆ ମୟୁରଭଞ୍ଜ ଗସ୍ତରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସ । ବିଜେପିର ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ବିସେଶ୍ବର ଟୁଡୁଙ୍କ ସହ ତିନୋଟି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ। ଅନ୍ୟପଟେ ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଥିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ମୟୂରଭଞ୍ଜ

By

Published : Apr 2, 2019, 10:14 PM IST

ମୟୂରଭଞ୍ଜ: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସ ମଙ୍ଗଳବାର ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି। ଜିଲ୍ଲାରେ ତିନୋଟି ସଭାରେ ବିଜେପିର ପ୍ରଚାର ମଧ୍ୟ କରିଛନ୍ତି । ଏହି ଅବସରରେ ପ୍ରଥମେ ବାଙ୍ଗରିପୋଷୀ ନିର୍ବାଚନ ମଣ୍ଡଳୀର କେନ୍ଦୁଆ କଲେଜ ପଡିଆ, ଉଦଳାନିର୍ବାଚନ ମଣ୍ଡଳୀର ଯାତ୍ରା ପଡିଆ ଓ ବାରିପଦା ନିର୍ବାଚନ ମଣ୍ଡଳୀର ଡୁକୁରା ଫୁଟବଲ ପଡିଆରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ସେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ମୟୂରଭଞ୍ଜ

ବିଜେପିର ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ବିସେଶ୍ବର ଟୁଡୁଙ୍କ ସହ ତିନୋଟି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସହ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ କହିଥିଲେ। ଅନ୍ୟପଟେ ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଥିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ। ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକାଳ ଭିତରେ ଓଡିଶାର କିଛି ବିକାଶ ହୋଇପାରିନି। ଓଡ଼ିଶାର ଜନସାଧାରଣ ଏବେ ବି ପାନୀୟ ଜଳର ସମସ୍ୟାଭୋଗୁଛନ୍ତି ବୋଲି ସେ କହିଥିଲେ।

ଓଡିଶାର ଜନସାଧାରଣଙ୍କୁ ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପିକୁ ଭୋଟ ଦେଇ ଆଉଥରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବା ସହ ଓଡିଶାରେ ମଧ୍ୟ ବିଜେପିକୁ ଭୋଟ ଦେବାକୁ କହିଥିଲେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details