ଓଡିଶା

odisha

By

Published : Feb 14, 2021, 7:27 PM IST

ETV Bharat / state

ବିଗିଡିଲା ଝରାଫୁଲ ବାପାଙ୍କ ସ୍ବାସ୍ଥ୍ଯବସ୍ଥା, ନ୍ୟାୟ ନମିଳିଲେ ସପରିବାର ଆତ୍ମହତ୍ୟା ଧମକ

ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ଭୁବନେଶ୍ବର ସ୍ଥିତ ରମାଦେବୀ କଲେଜ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାକୁ 18-19 ଦିନରୁ ଅଧିକ ସମୟ ବିତି ଯାଇଛି । ଯଦି ଝିଅକୁ ନ୍ୟାୟ ନମିଳେ ତେବେ ସପରିବାର ଆତ୍ମହତ୍ୟା କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତ ଝରାଫୁଲଙ୍କ ମା । ଅଧିକ ପଢନ୍ତୁ...

ବିଗିଡିଲା ଝରାଫୁଲ ବାପାଙ୍କ ସ୍ବାସ୍ଥ୍ଯବସ୍ଥା
ବିଗିଡିଲା ଝରାଫୁଲ ବାପାଙ୍କ ସ୍ବାସ୍ଥ୍ଯବସ୍ଥା

ରାଇରଙ୍ଗପୁର: ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ଭୁବନେଶ୍ବର ସ୍ଥିତ ରମାଦେବୀ କଲେଜର ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାକୁ 18-19 ଦିନରୁ ଅଧିକ ସମୟ ବିତି ଯାଇଛି । ମାତ୍ର ଏବେ ସୁଦ୍ଧା ଝରାଫୁଲ ହତ୍ୟା ଘଟଣାରେ ପରିବାର ଲୋକଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରି ନାହିଁ । ଏହାସହିତ ମୃତ୍ୟୁର ରହସ୍ୟ ମଧ୍ୟ ଉନ୍ମୋଚନ ହୋଇ ପାରିନାହିଁ। ଯଦି ଝିଅକୁ ନ୍ୟାୟ ନମିଳେ ତେବେ ସପରିବାର ଆତ୍ମହତ୍ୟା କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତ ଝରାଫୁଲଙ୍କ ମା ।

ବିଗିଡିଲା ଝରାଫୁଲ ବାପାଙ୍କ ସ୍ବାସ୍ଥ୍ଯବସ୍ଥା, ନ୍ୟାୟ ନମିଳିଲେ ସପରିବାର କରିବେ ଆତ୍ମହତ୍ୟା

ସେପଟେ ମୟୂରଭଞ୍ଜ ଜିଲ୍ଲା ଜଶିପୁର ଥାନା ବୃନ୍ଦେଇପୋଷି ଗାଁରେ ମୃତ ଝରାଫୁଲଙ୍କ ବାପା ଝିଅ ଚିନ୍ତାରେ ଅସୁସ୍ଥ ହୋଇ ପଡିଛନ୍ତି । ସେପଟେ ପୋଲିସ ହାତରେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ, ଭିସେରା ରିପୋର୍ଟ ସହିତ ବହୁ ତଥ୍ୟ ଲାଗିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୂଚନା ସାର୍ବଜନୀନ ହୋଇ ପାରିନାହିଁ । ଏହାକୁ ନେଇ ଏବେ ପରିବାର ଲୋକେ ମଧ୍ୟ ଭାଙ୍ଗି ପଡିଛନ୍ତି। ଝରାଫୁଲ ବାପାଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ଦିନକୁ ଦିନ ବିଗିଡିବାରେ ଲାଗିଛି । ଆଜି ସ୍ବାସ୍ଥ୍ୟ ଖରାପ ହେବାରୁ ସୁକୃଳି ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାପାଇଁ ଭର୍ତ୍ତି ହୋଇଥିଲେ ରମାକାନ୍ତ ନାୟକ । ଏହାକୁ ନେଇ ପରିବାର ଲୋକେ ପ୍ରତିକ୍ରିୟାଶୀଳ ହୋଇ ପଡିଛନ୍ତି ।

ତେବେ ଝରାଫୁଲଙ୍କ ମା ପ୍ରତିକ୍ରିୟା ଦେଇ କହିଛନ୍ତି ମୋ ଝିଅର ରାଜଧାନୀରେ ମୃତ୍ୟୁ ହୋଇଛି, ଯଦି ଆମକୁ ନ୍ୟାୟ ନ ମିଳେ ତେବେ ଆମ ପରିବାର ସମୁହ ଯାଇ ରାଜଧାନୀରେ ଆତ୍ମାହୁତି ଦେବୁ । ତେବେ ଏଠାରେ ପ୍ରଶ୍ନ ଉଠେ ରାଜ୍ୟ ସରକାରଙ୍କ ପୋଲିସ ବିଭାଗ ପାଖରେ ସମସ୍ତ ତଥ୍ୟ ଥିଲେ ମଧ୍ୟ ବର୍ତ୍ତମାନ ଦ୍ବିତୀୟ ଆଶାମୀ ଶକ୍ତି ଶେଖରକୁ ପୋଲିସ ଖୋଜି ପାଉନି କାହିଁକି। ଅନ୍ୟପଟେ ସମସ୍ତ ତଥ୍ୟ ପୋଲିସ ହାତରେ ଥିଲେ ମଧ୍ୟ ନ୍ୟାୟ ପାଇଁ ସପରିବାର ଆତ୍ମାହୁତି ଦେବାର ଧମକ ଦେଇଛନ୍ତି।

କେଉଁଠି ନା କେଉଁଠି ରାଜ୍ୟ ସରକାରଙ୍କ ଆଇନ କାନୁନ ଉପରେ ଲୋକଙ୍କ ଭରସା ଉଠିଗଲାଣି, ଯାହା ଫଳରେ ଏପରି କଠୋର ପଦକ୍ଷେପ ନେବାର ନିଷ୍ପତ୍ତି ନେଇଛନ୍ତି ମୃତ ଝରାଫୁଲଙ୍କ ପରିବାର । ତେବେ କେବେ ଝରାଫୁଲ ପରିବାରଙ୍କୁ ନ୍ୟାୟ ମିଳୁଛି ନା ସରକାର ଏମାନଙ୍କୁ ଆତ୍ମାହୁତି ଦେବା ପାଇଁ ବାଧ୍ୟ କରୁଛି ତାହା ଦେଖିବା ପାଇଁ ବାକି ରହିଲା ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details